Monday , June 21 2021
Breaking News
Home / ବିଶେଷ / ଆହାର କେନ୍ଦ୍ର ନିକଟରୁ ଦିବ୍ୟାଙ୍ଗ ବୃଦ୍ଧ ଉଦ୍ଧାର

ଆହାର କେନ୍ଦ୍ର ନିକଟରୁ ଦିବ୍ୟାଙ୍ଗ ବୃଦ୍ଧ ଉଦ୍ଧାର

ନବରଙ୍ଗପୁର, ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘଦିନ ରହି ଜିଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଆହାର କେନ୍ଦ୍ର ନିକଟରେ ପଡ଼ି ରହିଥିବା ଜଣେ ବୃଦ୍ଧଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ବୃଦ୍ଧଙ୍କ ବୟସ ପ୍ରାୟ ୭୫ ବର୍ଷ ହୋଇଥିବାବେଳେ ସେ ମାନସିକ ଭାବେ ବିକୃତ ରହିଥିବାବେଳେ ସଠିକ କିଛି କହିପାରୁନାହାନ୍ତି । ଫଳରେ ତାଙ୍କର ପରିଚୟ ମିଳିପାରିନି । ସେ ଅସହାୟ ଅବସ୍ଥାରେ ପଡ଼ି ରହିଥିବାବେଳେ ତାଙ୍କର ଅଂଟାରେ ଘା’ହୋଇଛି । ସେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବାବେଳେ ଭଲ କରି ପିନ୍ଧିପାରୁ ନ ଥିବା ଓ ଗଞ୍ଜାମ ଅଂଚଳର ଭାଷାରେ ଏଣୁତେଣୁ କଥା କହୁଛନ୍ତି । ତେବେ ଖବର ପାଇ ଜିଲାପାଳ ଡଃ.ଅଜିତ କୁମାର ମିଶ୍ର ଆହାର କେନ୍ଦ୍ର ନିକଟରେ ପହଂଚି ଏହି ବୃଦ୍ଧାଙ୍କୁ ଉଦ୍ଧାର କରି ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଝାରସୁଗୁଡ଼ାରେ ଥିବା ଭିନ୍ନକ୍ଷମ ସହାୟତା କେନ୍ଦ୍ର ‘ଆଶ୍ରୟ’କୁ ପଠାଯାଇଛି । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଫୁଲ୍ଲକୁମାର ଶତପଥୀ ତାଙ୍କୁ ସ୍ୱତନ୍ତ୍ର ଗାଡ଼ିରେ ବସାଇ ଝାରସୁଗୁଡ଼ା ଯାଇଛନ୍ତିା ଅତିରିକ୍ତ ଜିଲା ଚିକିସôା ଅଧିକାରୀ ଚୈାଧୁରୀ ଶୋଭାରାଣୀ ମିଶ୍ର, ଡିପିଏମ ସୁଶାନ୍ତ କୁମାର ପ୍ରହରାଜ ଓ ଜଗନ୍ନାଥ ବେହେରା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *