Sunday , June 20 2021
Home / ବିଶେଷ / ଆସନ୍ତା ଅଗଷ୍ଟ ୧୮ରୁ ଗୋପବନ୍ଧୁ ଷ୍ଟାଡିୟମ ପାରାଦ୍ୱୀପରେ ସୈନ୍ୟବାହିନୀର ନିଯୁକ୍ତି ରାଲି

ଆସନ୍ତା ଅଗଷ୍ଟ ୧୮ରୁ ଗୋପବନ୍ଧୁ ଷ୍ଟାଡିୟମ ପାରାଦ୍ୱୀପରେ ସୈନ୍ୟବାହିନୀର ନିଯୁକ୍ତି ରାଲି

ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୈନ୍ୟବାହିନୀ ନିଯୁକ୍ତ ରାଲି ସଂପର୍କିତ ଏକ ପାରାଦଦ୍ୱୀପର  ଷ୍ଟେଟ୍ ପଲୁସନ କଣ୍ଟ୍ରୋଲ ବୋର୍ଡ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାରାଦ୍ୱୀପ ଅତିରିକ୍ତ ଜିଲ୍ଲା ପାଳ କାହ୍ନୁ ଚରଣ ଧୀର ଅଧ୍ୟକ୍ଷତାରେ  ଅନୁଷ୍ଠିତ  ବୈଠକରେଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ,ବିଭିନ୍ନ କମ୍ପାନୀ ମାନେ ଅଂଶଗ୍ରହଣ କରିଥିଲେ । ଏ.ଆ.ଓ କଟକର ମୁଖ୍ୟ ଏ.କେ ତିରୁଖା ରାଲିକୁ ପରିଚାଳନା କରିବା ପାଇଁ ବିଭିନ୍ନ ଦିଗଉପରେ ଆଲୋଚନା କରିଥିଲେ । ଏହି ନିଯୁକ୍ତ ରାଲି ଆସନ୍ତା ଅଗଷ୍ଟ ମାସ ୧୮ତାରିଖରୁ ଅଗଷ୍ଟ ୨୭ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ପାରାଦବୀପ ସୂଚନା ପ୍ରଦାନ କରିଥିଲେ । ଶେହରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *