Sunday , June 20 2021
Home / ବିଶେଷ / ଆରମ୍ଭ ହେଲା ପ୍ରାକ୍ ଜନଗଣନା

ଆରମ୍ଭ ହେଲା ପ୍ରାକ୍ ଜନଗଣନା

ଭୁବନେଶ୍ୱର , ୧୩/୮/୨୦୧୯(ଓଡ଼ିଶା ସମାଚାର)- ଆରମ୍ଭ ହୋଇଛି ୨୦୨୧ ଜନଗଣନା ପାଇଁ ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟରେ ବିଏମସିର ୧୫ ନମ୍ବର ୱାର୍ଡ ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଓ ପୁଇଁତଳାରେ ଏହି ଟେଷ୍ଟିଂ କରାଯାଉଛି । ଦିନକୁ ଦିନ ବିଜ୍ଞାନର ଅଗ୍ରଗତି ଘଟୁଥିବା ବେଳେ ଆସନ୍ତା ଜନଗଣନାରେ କିପରି ଏହାର ଫାଇଦା ନିଆଯାଇପାରିବ ସେଥିପାଇଁ ଅନେକ ନୂଆ ପଦକ୍ଷେପ ନିଆଯାଇଛି । ତେବେ ପୂର୍ବରୁ ଏହି ଜନଗଣନା ନିମନ୍ତେ ଯେଉଁ ସବୁ ପଦ୍ଧତିର ଆଶ୍ରୟ ନେଇ ସରକାର ଜନଗଣନାକୁ ଆଗକୁ ନେବେ, ସେ ସମ୍ପର୍କରେ ଜନଗଣନାକାରୀ କର୍ମୀ ଓ ସୁପରଭାଇଜରଙ୍କୁ କର୍ମଶାଳା ମାଧ୍ୟମରେ ତାଲିମ ଦିଆଯାଇଛି । ଯାହାଦ୍ୱାରା ଲୋକମାନଙ୍କର ତଥ୍ୟ ଯୋଗାଡ଼ କରିବାରେ କୌଣସି ବାଧା ନଉପୁଜିବା ବିଷୟରେ ଜନଗଣନାକାରୀମାନଙ୍କୁ ତାଲିମ ଦିଆଯାଇଥିଲା । ଅଗଷ୍ଟ ୬ତାରିଖରୁ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ତାଲିମ ଦିଆଯାଇସାରିବା ପରେ ଅଂଶଗ୍ରହଣକାରୀ ମାନେ କ୍ଷେତ୍ର ଗଣନାକୁ ଓହ୍ଲାଇଛନ୍ତି । ଭୁବନେଶ୍ୱରର ପୁରୁଣା ୱାର୍ଡ ନଂ ୧୫ ସ୍ଥିତ ସାଲିଆ ସାହି, ନୟାପଲ୍ଲୀ ଏବଂ ଆଇଆରସି ଇତ୍ୟାଦି ଅଂଚଳରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକଗଣନା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ଗଣନା ଅଗଷ୍ଟ ୧୨ ଆରମ୍ଭ ହୋଇ ଅକ୍ଟୋବର ମାସରେ ଶେଷ ହେବାର ଲକ୍ଷ୍ୟ ରହିଛି । ପରୀକ୍ଷଣର ପରେ ଏହାର ସରଳତା ଓ ଜଟିଳତାକୁ ବିଚାରକରି ଜନଗଣନା ବିଭାଗ ଆପଣେଇଥିବା ପଦ୍ଧତିରେ ଆବଶ୍ୟକ ପରିବର୍ତନ ମଧ୍ୟ ଅଣାଯାଇପାରେ । ଯଦ୍ୱାରା ସଠିକ୍, ସହଜ ଏବଂ ନିର୍ଭୁଲ ତଥ୍ୟ ମିଳିପାରିବ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *