Tuesday , August 3 2021
Breaking News
Home / ବିଶେଷ / ଆରଡବ୍ଲୁଏସଏସ୍ ବିଭାଗରେ ବଡଘୋଟଲା – ଜାଲ୍ ପ୍ରମାଣ ପତ୍ର ଦେଇ ଚାକିରୀ ?

ଆରଡବ୍ଲୁଏସଏସ୍ ବିଭାଗରେ ବଡଘୋଟଲା – ଜାଲ୍ ପ୍ରମାଣ ପତ୍ର ଦେଇ ଚାକିରୀ ?

 ପୁଲିସ୍ ବିଭାଗକୁ ବାରମ୍ବାର ଚିଠି କରିଥିଲେ ମଧ୍ୟ ଆରଡବ୍ଲୁଏସଏସ୍ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ର ନିଦ ଭାଗିଂନାହିଁ ?
ଜଗତସିଂହପୁର,୧୩/୧୦/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟର ଦ୍ୱାରା ପାଠ ନପଢି ରେଜିଷ୍ଟଟରେ ନାମ ନଥାଇ ଶିକ୍ଷାବିଭାଗ ଜାଲ ପ୍ରମାଣପତ୍ର ଟ୍ରାନ୍ସଫର ସାର୍ଟିଫିକେଟ୍ ରେ ଏତେ ବଡ ଘୋଟଲା ଆରଡବ୍ଲୁଏସଏସ୍ ବିଭାଗରେ । ଉକ୍ତ ଜାଲ୍ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିବା ଘଟଣା କୁ ନେଇ ପଦାରେ ପଡି ହାଟରେ ଗଡିଲାଣି କିନ୍ୁୁ ପ୍ରଶାସନ ବିଭାଗ ପାଖରେ ଖବର ନାହିଁ । ଆରଡବ୍ଲୁଏସଏସ୍ ବିଭାଗରେ ଉକ୍ତ ବ୍ୟକ୍ତି ନିରଂଜନ ମହାନ୍ତି ସରକାରୀ ଚାକିରି ଦୀର୍ଘଦିନ ଧରି ହେବ ଦଖଲ କରିଆସୁଛନ୍ତି । ଉକ୍ତ ପ୍ରମାଣପତ୍ରରେ ସାଂଘାତିକ ତ୍ରୁଟିଥିଲେ ସୁଦ୍ଧା ଏହାକୁ ତଦାରଖ କରାଯାଇନଥିଲା । ଉକ୍ତ ବ୍ୟକ୍ତି ଆରଡବ୍ଲୁଏସଏସ୍ ବିଭାଗରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି । ଏନେଇ ନାଉଗାଁଥାନାରେ ୨୬.୨.୧୯ରେ କେଂସ ନଂ ୨୮/୧୯ ରେ ଅଭିଯୋଗ ହୋଇଥିଲ । ନାଉଗାଁ ଥାନା ଅଧିକାରୀ ବିବେକାନଦ ସ୍ୱାହୁ ବିଦ୍ୟାଳୟ ଟ୍ରାନ୍ସଫର ପ୍ରମାଣ ପତ୍ର ଜଲ ଥିବା ବିଷୟରେ ସୂଚନା ପାଇଥିଲେ ସୁଦ୍ଧା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ହାତବାନ୍ଧି ବସିରହିଥିଲେ ୭ମାସ ହେବ । ଯାହାଫଳରେ ଉକ୍ତ ଅଭିଯୁକ୍ତ କର୍ମଚାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସର୍ତମୂଳକ ଜାମିନ୍ ଆଣିବା ଫଳରେ ଅଭିଯୋଗକାରୀ ଏବଂ ପୁଲିସ୍ ଙ୍କୁ ସଂପୃକ୍ତ କର୍ମଚାରୀ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।ଏପରିକି ତାଙ୍କ ପୁଅ ନାମରେ ନାଉଗାଁ ଥାନାରେ ଅଭିଯୋଗ ଥିବାରୁ ୬.୧୦.୧୯ରେ ନାଉଗାଁ ଥାନାଅଧିକାରିଣୀ ଆରେଷ୍ଟ କରିବାକୁ ନେଇ କିଛି ଖଳପ୍ରକୃିତର ଲୋକ ଘେରିବା ଯୋଜନାରେ ଲାଗିପଡିଛନ୍ତି । ଅଭିଯୋଗ ମୁତାବକ ଜଣେ ବ୍ୟକ୍ତି ଦୁଇଟି ନାମରେ ପରିଚୟ ପତ୍ର ରଖି ସରକାରଙ୍କ ସହ ଚୋର ପୁଲିସ୍ ଖେଳ ଖେଳିଚାଲୁଛି । ଦୁଇଟି ପରିଚୟ ପତ୍ର ମାଧ୍ୟମରେ ସଂପୃକ୍ତ କର୍ମଚାରୀଙ୍କ ନଖାରାମୀ ଦିନକୁ ଦିନ ବଢିବାରେ ଲାଗିଛି । କାରଣ ପିଲାଟି ବେଳୁ ସଂପୃକ୍ତ କର୍ମଚାରୀ ଜଣଙ୍କ କୃପାସିନ୍ଧୁ ମହାନ୍ତି ଙ୍କ ଘରକୁ ପୋଷ୍ୟ ପୁତ୍ର ହୋଇ ପଳାଇଥିଲେ । ଆନୁସଙ୍ଗିକ ଦସ୍ତାବିଜ୍ ବଦଳରେ କର୍ମଚାରୀଙ୍କ ପୂର୍ବନାମ ଥିଲା ସୁଧାଂଶୁ ମହାନ୍ତି । ପରେ ପରିବର୍ତନ କରାଯାଇ ନିଂରଜନ ମହାନ୍ତି କରାଯାଇଥିଲା । ନିୟମ ମୁତାବକ ୧୯୮୬ ମସିହାରେ ପୋଷ୍ୟ ପୁତ୍ର ହୋଇ ସାରିଥିଲେ । ତଥାପି ସଂପୃକ୍ତ ବ୍ୟକ୍ତି ଠାରୁ ନିଜର ପୈ÷ତୃକ ସମ୍ପର୍ତି ଭାଗ ନେବା ପାଇଁ ଭୋଟର ତାଲିକାରେ ୨୦୦୨ରୁ ୨୦୧୨ପର୍ଯ୍ୟନ୍ତ ସୁଧାଂଶୁ ମହାନ୍ତି ପିତା କୃପାସିନ୍ଧୁ ମହାନ୍ତି ଭାବେ ଭୋଟ ଦେଇଆସୁଥିଲେ । ଭାଇଠାରୁ ଭାଗ ନେବା ପାଇଁ ମିଥ୍ୟା ଶପଥ ପାଠ ବଳରେ ଭୋଟର ତାଲିକାରେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ନିଂରଜନ ମହାନ୍ତି ପିତା ଶ୍ରୀଧର ମହାନ୍ତି ରୂପେ ଭୋଟ ଦେଇଆସୁଛନ୍ତି । ଏମିତିକି ନିଜର ରକ୍ତର ଭାଇକୁ ସମ୍ପତିରୁ କାଣିଚାଏ ଦଖଲ ନଦେବାକୁ ଉଦ୍ୟମ କରିଥିଲେ । ଏପଟେ ସମ୍ପତିିକୁ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା ।ଏହା ବିଚାରଧୀନ ଥିବା ବେଳେ ଗତ ଜାନୁୟାରୀ ମାସରେ ସଂପୃକ୍ତ କର୍ମଚାରୀ ନିଜର ଭାଇଙ୍କୁ ଅଶ୍ନୀଳ ଭାଷା ପ୍ରାଯୋଗ ଓ ମର୍ଡର କରିବାପାଇଁ ଧମକ ଦେବା ସହିତ ଚାଷ ଜମିରୁ ଧାନ କାଟି ନେଇଥିଲେ । ହଠାତ୍ ଏଭଳି ଧମକ ଶୁଣି ନାଉଗାଁ ପୁଲିସ୍ ର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଭାଇ । ଏହା ଭିତରେ ସଂପର୍କିୀୟ ଭାଇ ସରକାରୀ ଚାକିରି କରିଥିବା ନିଜ ଭାଇଙ୍କ ଜନ୍ମ କୁଣ୍ଡଳୀର ଖୋଳତାଡ କରିଥିଲେ । ଭିତିରି ଛାନଭିନ୍ ରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ପୁଅ ହୋଇଯାଇଥିବାରୁ ନାମ ବଦଳାଇ ଦେଇଥିଲେ । ଆରପଟେ ଜନୈ÷କ ଜନପ୍ରତିନିଧିଙ୍କ ଦସ୍ତଖତ ଉପରେ ପୂର୍ବପରିଚୟକୁ ଉଜ୍ଜିବୀତ କରିବାରେ ସଫଳ ହୋଇଥିଲେ । ତେବେ ତରବରିଆ ଭାବେ ସେ ଯେଉଁ କାର୍ଯ୍ୟ କରିଥିଲେ । ଚାଂଚଲ୍ୟକର ତଥ୍ୟ ପର୍ଦ୍ଧାଫାସ୍ କରାଯାଇଥିଲା । ବିଶେଷକରି ରୋହିଆ ବିଦ୍ୟାଳୟ ଟ୍ରାନ୍ସଫର ପ୍ରମାଣପତ୍ର ରୁ ଚଂଚକତାର ବାସ୍ନା ବାହାରିଥିଲା । ଏହି ପ୍ରମାଣ ପତ୍ରଟି ୧୯୮୪ ମସିହାରେ ଇସୁ୍ୟ ହୋଇଥିବା ବେଳେ ଜନ୍ମ ବୟସ ୧୯୬୯ମସିହା ଉଲ୍ଲେଖ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ପ୍ରମାଣ ପତ୍ରରେ ଗାଁ,ଥାନା,ପୋଷ୍ଟଅଫିସ ନିମନ୍ତେ ରହିଥିବା ସ୍ଥାନରେ ଜିଲ୍ଲା ଜଗତସିଂହପୁର ସୂଚିତ କରାଯାଇଛି ।୧୯୯୩ ମସିହାରେ ନୂତନ ଜିଲ୍ଲା ତାଲିକାରେ ଜଗତସିଂହପୁର ସ୍ଥାନ ପାଇଥିବା ସତ୍ୱେ୧୯୮୪ ମସିହାରେ ଏହାକୁ ଜିଲ୍ଲାର ମାନ୍ୟତା କିଏ ଦେଇଥିଲେ ବୋଲି ସରକାରୀ ସ୍ତରରେ ଚହଳ ଖେଳିଯାଇଛି । ଏଣେ ଆରଡବ୍ଲୁଏସଏସ୍ ବିଭାଗରେ ଚାକିରୀ କରିବା କ୍ଷେତ୍ରରେ ଏଭଳି ଜାଲ୍ ପ୍ରମାଣପତ୍ର ହାତରେ ଲାଗିଛି । ପରେ ସଂପର୍କିୟ ଭାଇ କୋର୍ଟରେ ୱ୍ାନ ସିସି କେସ କରିଥିଲେ । କୋର୍ଟଙ୍କ ନିର୍ଦ୍ଧେଶ ବଳରେ ନାଉଗାଁ ଥାନାରେ ୨୮/୨୦୧୯ରେ ମାମଲା ରୁଜୁ ହୋଇଥିଲା ତଦନ୍ତକାରୀ ଅଫିସର ବିବେକା ନନ୍ଦ ସ୍ୱାହୁଙ୍କର ସମସ୍ତ ପ୍ରମାଣପତ୍ର ହସ୍ତଗତ ହୋଇଥିଲେ ମଧ୍ୟ ଲୋକଦେଖାଣିଆ ଭାବେ ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କୁ ମିଳିଥିବା ଟ୍ରାନ୍ସଫର ପ୍ରମାଣପତ୍ର ସ୍ପଷ୍ଟ ସୂଚନା ପାଇଁ ଚିଠି କରିଥିଲେ । ଗତ ମେଁ ମାସରେ ବିଦ୍ୟାଳୟ କର୍ତୃପକ୍ଷ ପୁଲିସ୍ ଚିଠିର ଉଉର ଦେଇଥିଲେ ଏଭଳି ପ୍ରମାଣ ପତ୍ର ଇସୁ୍ୟ ହୋଇଥିବା ନେଇ କିଛି ସୂଚନା ର୍ରେକର୍ଡରେ ନଥିବା ଜଣାଇଥିଲେ । ତଦନ୍ତ ଅଫିସର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିଲେ ।ଏହାର ସୁଯୋଗ ନେଇ ଏହି କର୍ମଚାରୀ କୋର୍ଟରୁ ସର୍ତମୂଳକ ଜାମିନ୍ ଆଣିପରେ ଅଭିଯୋଗକାରୀ ଏବଂ ପୁଲିସ୍ ବିଭାଗକୁ ଟାର୍ଗେଟ କରିବା ନେଇ ଚର୍ଚ୍ଚାର ପରିଧିକୁ ଆସିଛି । ଅନ୍ୟପଟେ ପ୍ରମାଣ ଦେଇ ପ୍ରଶାସନଙ୍କ ପାଖରୁ ନ୍ୟାୟ ପାଇବା ଆଶାରେ ସଂପର୍କିୟଭାଇ ହତାଶ୍ ହୋଇପଡିଛନ୍ତି । ଗୋଟିଏ ପଟେ ସେ ନିଜ ସମ୍ପତି ପାଇପାରୁନଥିବା ବେଳେ ଆରପଟେ ଜାଲ୍ କାଗଜପତ୍ର ବଳରେ ସରକାରୀ ଚାକିରି ପାଇଥିବା ଭାଇଙ୍କ ଦୈ÷ାରାତ୍ମ ବଢିବାରେ ଲାଗିଛି । ଏସଂପର୍କରେ ଜଗତସିଂହପୁର ଏସଡିପିଓ ପ୍ରକାଶ ଚଦ୍ର ପାଲଙ୍କୁ ପଚାରିବାରୁ ସେ କହିଛନ୍ତି୍ର କର୍ମଚାରୀଙ୍କ ବିରୁଦ୍ଧରେ ଆରଡବ୍ଲୁଏସଏସ୍ ବିଭାଗକୁ ଚିଠି କରାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ପରିଚୟ ପତ୍ରର ବିଧିବଦ୍ଧଭାବେ ତଦନ୍ତ କରାଯାଇ ଭୋଟର ତାଲିକା ଅନୁଯାୟୀ ୨୦୦୨ରୁ ୨୦୧୨ଯାଏ ପରିଚୟ ପତ୍ର କାୟମ୍ ରଖାଯାଉ ୨୦୧୩ରୁ ୨୦୧୯ ଯାଏ ଯେଉଁ ପରିଚୟ ପତ୍ର ଅଛି ତାହାକୁ କାଟିବା ନିମନ୍ତେ ତାର ସଂପର୍କୀୟ ଭାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *