Tuesday , August 3 2021
Breaking News
Home / ବିଶେଷ / ଆମର ଐତିହ୍ୟ ଓ ସାଂକେତିକ ଚିହ୍ନ ସ୍ଥାନାନ୍ତର ନହେଉ

ଆମର ଐତିହ୍ୟ ଓ ସାଂକେତିକ ଚିହ୍ନ ସ୍ଥାନାନ୍ତର ନହେଉ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର)-  ଆମର ଐତିହ୍ୟ, ସଂସ୍କୃତି ତଥା ସାଂକେତିକ ଚିହ୍ନ ଭାବେ ପରିଚିତ ଘୋଡାକୁ ମାଷ୍ଟର କ୍ୟାଂଟିନ ଛକରୁ ସ୍ଥାନାନ୍ତର କରିବା କୌଣସି ସମୟରେ ଗ୍ରହଣୀୟ ନୁହେଁ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଘୋର ବିରୋଧ କରିବା ସହିତ ମତ ରଖିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହିପରି ଚିନ୍ତାଧାରାରୁ ବିରତ ରହିବା ସହିତ ବିକଳ୍ପ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ଆମର କେନ୍ଦ୍ରସ୍ଥଳରେ ଅବସ୍ଥାପିତ ଓ ସରକାରଙ୍କ ସାଂକେତିକ ଚିହ୍ନ ଭାବେ ସମ୍ମାନ ଓ ଗ୍ରହଣୀୟ ହୋଇସାରିଛି । ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ସେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *