Thursday , August 5 2021
Breaking News
Home / ବିଶେଷ / ଆବାସ ଯୋଜନାରୁ ବଂଚିତ ଗୁଣନିଧିଙ୍କ ପରିବାର 

ଆବାସ ଯୋଜନାରୁ ବଂଚିତ ଗୁଣନିଧିଙ୍କ ପରିବାର 

ଗରଦପୁର ୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଛାତ ଘର ନ ଥିବା ପରିବାରକୁ ସରକାର ଆବାସ ଯୋଜନାରେ ସାମିଲ କରି ପକ୍କା ଗୃହ ଯୋଗଇ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ସମସ୍ତଙ୍କ ନିକଟରେ ଏହି ଯୋଜନା ପହଂଚିବାରେ ବିଳମ୍ବ ହେଉଛି । ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ପାଇବା ପାଇଁ  ଗୁଣନିଧି ଅପେକ୍ଷାରେ ରହିଛି । ମାତ୍ର ଆବେଦନର ୪ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ଆବାସ ଯୋନାରେ ସାମିଲ କରାଯାଇ ନ ଥିବା ଗୁଣନିଧି ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ଗୁଣନିଧି ସାହୁଙ୍କର ୫ ଜଣ ପରିବାର । ଏହି ପରିବାର ରହିବା ପାଇଁ ଖଣ୍ଡିଏ ଭଙ୍ଗା  ଆଜବେଷ୍ଟସ୍ ଘର ରହିଛି । ବର୍ଷା ସମୟରେ ଭଙ୍ଗା ଆଜବେଷ୍ଟସରୁ ବର୍ଷା ପାଣି ଘର ମଧ୍ୟକୁ ପ୍ରବେଶ କରୁଛି ବୋଲି ଗୁଣ ନିଧି ପ୍ରକାଶ କରିଛନ୍ତି । ଗୋଟିଏ ବଖରା ବିଶିଷ୍ଟ ଏହି ଆଜବେଷ୍ଟସ୍ ଘରେ ଗୁଣନିଧିଙ୍କ ପରିବାର ରହିବା ସହିତ ପାଶ୍ୱର୍କୁ ଲାଗି ରହିଥିବା ଚାଳିଆରେ ଏକ ଗୁହାଳ ଘର କରାଯାଇ ଗାଇ ବନ୍ଧାଯାଉଛି । ଏପରି ଅବସ୍ଥାରେ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଗୁଣନିଧି ଚାହିଁ ବସିଛି । ହେଲେ ପ୍ରଶାସନଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନ ଥିବାରୁ ଗୁଣନିଧିଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଯେ,ଗୁଣନିଧିଙ୍କର ଦାରିଦ୍ର୍ୟ ସୀମାରେଖା ତଳେ ନାମ ରହିଥିବାବେଳେ,ଗତ ୪ ମାସ ହେଲା ଆବାସ ଯୋଜନାରେ ତାଙ୍କ ପରିବାରକୁ ସାମିଲ କରାଯାଇ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗୁଣନିଧି ପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲା । ବ୍ଲକ ପ୍ରଶାସନଙ୍କ ପକ୍ଷରୁ ପଦ୍ମପୁର ପଂଚାୟତ ଦାଇତ୍ୱରେ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ କୈଳାଶ ଚନ୍ଦ୍ର ବେହେରା ଓ ଗ୍ରାମ ରୋଜଗାର ସେବକ ଅମରେନ୍ଦ୍ର ସାହୁ ଗୁଣନିଧିଙ୍କ ଘରକୁ ଆସି ତଦନ୍ତ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଏ ସମ୍ପର୍କରେ ପଦ୍ମପୁର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ସେ କହନ୍ତି ଯେ, ଆଜବେଷ୍ଟସ୍ ରହିଥିବା ଘରକୁ ସରକାର ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଆବେଦନ କରିଥିବା ସମ୍ପୃକ୍ତ ପରିବାରକୁ ଯାଇ ତଦନ୍ତ କରାଯାଇଛି, ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ଳକ ଅଫିସକୁ ସୁପାରିଶ କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ    ମିଳିଲେ ସମ୍ପୃକ୍ତ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *