Saturday , June 19 2021
Breaking News
Home / ବିଶେଷ / ଆବାସ ମେଳାରେ ୩୪୨ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ

ଆବାସ ମେଳାରେ ୩୪୨ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ

ରଘୁନାଥପୁର,୩୧/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପରିସରରେ ଆଜି ଅନୁଷ୍ଠିତ ଆବାସ ମେଳାରେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୪୨ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଂଟନ କରିଛନ୍ତି । ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ସରୋଜକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଉପସ୍ଥିତ କର୍ମୀମାନେ ବ୍ଲକ୍ ଛକ ଠାରୁ ବିଧାୟକଙ୍କୁ ପାଛୋଟି ଆଣିଥିଲେ । ପ୍ରଥମେ ଗୋପବନ୍ଧୁ ଓ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀ ଦାସ ମେଳାରେ ଯୋଗ ଦେଇଥିଲେ । ଏହି ମେଳାକୁ ଏବିଡ଼ିଓ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିବାବେଳେ ବିଡ଼ିଓ ପଂଚାନନ ପଟାୟତ, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ, ଆକାଉଂଟ୍ସ ଅଫିସର ବିଜୟ କୁମାର ସାହୁ , ରାଜ୍ୟ ବିଜୁ କୃଷକ ମୋର୍ଚା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଦାସ ନିଜ ବକ୍ତବ୍ୟରେ ଅସୁସ୍ଥତା ସତ୍ୱେ ଅଂଚଳବାସୀଙ୍କ ସ୍ନେହ ଓ ସଦିଛା ଯୋଗୁ ସାଧାରଣ ଜନତାଙ୍କ ସେବା କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ପ୍ରକାଶ କରିବା ସହ ଏଥିରୁ କିପରି ଅଂଚଳବାସୀ ଉପକୃତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିଲେ । ପ୍ରତି ପଂଚାୟତର ସରପଂଚ ଓ ସଭ୍ୟ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି କାର୍ଯ୍ୟାଦେଶ ବଂଟନ କରିଥିଲେ । ବିପିସି ଅନୀତା ମହାପାତ୍ର, ବିପିଏ ରଂଜିତ ନାୟକ ସହଯୋଗ କରିଥିବାବେଳେ ସରପଂଚ ପ୍ରମୋଦ କୁମାର ଜେନା, ପୁଷ୍ପଲତା ସୂତାର, ସରୋଜ କୁମାର ଦାସ, ଶେଷଦେବ ସେଠୀ, କବିତା ନାୟକ, ଛବିତା ମହାନ୍ତି, ଜ୍ୟୋତିର୍ମୟୀ ଜେନା, ସଭ୍ୟ ମେହେବୁବ ବେଗ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ସମୁଦାୟ ୫୬୨ ଗୋଟି ସରକାରୀ ଗୃହ ମଧ୍ୟରୁ ୩୪୨ ଟିର କର୍ଯ୍ୟାଦେଶ ବଂଟନ କରାଯାଇଥିବାବେଳେ ଅବଶିଷ୍ଟ ୨୨୦ ଟି ଗୃହକୁ ତର୍ଜମା କରାଯାଇ ପର୍ଯ୍ୟାୟ କ୍ରମେ ବଂଟାଯିବ ବୋଲି ବିଡ଼ିଓ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକବାର୍ତା

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଜଣେ ଦକ୍ଷ, କର୍ମନିଷ୍ଠ ପୋଲିସ୍ ଅଧିକାରୀ, ସୁସାହିତି୍ୟକ, ଉଚ୍ଚକୋଟିର ବ୍ୟକ୍ତିତ୍ୱ, ରାଜ୍ୟର ଭିଜିଲାନ୍ସ ମହାନିର୍ଦ୍ଧେଶକ, ଭାରତୀୟ ଆରକ୍ଷୀ …

Leave a Reply

Your email address will not be published. Required fields are marked *