Friday , June 18 2021
Breaking News
Home / ବିଶେଷ / ଆନ୍ଦୋଳନ ପରେ କିନ୍ନରଙ୍କୁ ପଲିଥିନ ମିଳିଲା

ଆନ୍ଦୋଳନ ପରେ କିନ୍ନରଙ୍କୁ ପଲିଥିନ ମିଳିଲା

କଟକ, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ମହିଳା ଓ ପୁରୁଷଙ୍କ ଭଳି କିନ୍ନରମାନଙ୍କୁ ସରକାର ସ୍ୱତନ୍ତ୍ର ମାନ୍ୟତା ଦେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରୁଛନ୍ତି । ମାତ୍ର କଟକରେ ବସବାସ କରୁଥିବା କିନ୍ନରମାନଙ୍କୁ ପ୍ରଶାସନିକ ସ୍ତରରେ ଅବହେଳା କରାଯାଉଛି । ଏହାର ପ୍ରତିବାଦରେ କଟକରେ ବସବାସ କରୁଥିବା ଶତାଧିକ କିନ୍ନର ସୋମବାର କଟକ ମହାନଗର ନିଗମ ପ୍ରୋଜେକ୍ଟ କାର୍ଯ୍ୟାଳୟ ପରିସରସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିପର୍ଯ୍ୟୟ ସମୟରେ କିନ୍ନରମାନେ ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଉ ଥିବାବେଳେ ଆଜି ସେମାନେ ନିଜେ ହଇରାଣ ହେଉଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆ ନଯିବା ଦୁର୍ଭାଗ୍ୟଜନକ ବୋଲି କିନ୍ନରମାନେ କହିଛନ୍ତି ।

ବାତ୍ୟା ଯିବାର ୫୨ଦିନ ପରେ ମଧ୍ୟ ସେମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇ ନଥିଲା । ପଲିଥିନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦରୁ ଓହରିବେ ନାହିଁ ବୋଲି ଜିଦ୍ ଧରିବାରୁ ବାଧ୍ୟହୋଇ ରାଜସ୍ୱ ନିରୀକ୍ଷକ ସେମାନଙ୍କୁ ଖଣ୍ଡେ ଖଣ୍ଡେ ପଲିଥିନ ଦେଇଥିଲେ । କଟକରେ ଦୀର୍ଘ ବର୍ଷ ଧରି ଶତାଧିକ କିନ୍ନର ବସବାସ କରିଆସୁଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଭୋଟ ପରିଚୟ ପତ୍ର ସହିତ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ଏପରିକି ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପଦକ୍ଷେପ ନିଆଯାଉଛି । ହେଲେ ଅସୁବିଧା ସମୟରେ କିନ୍ନରମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଉଛି ପ୍ରଶାସନ । ଗତ ସାମୁଦ୍ରିକ ଝଡ଼ ଫାନି କଟକ ସହରର ବ୍ୟାପକ କ୍ଷତି କରିଥିଲା । ଏଥିରେ ବସ୍ତି ଅଂଚଳର ଗରିବ ହିତାଧିକାରୀମାନଙ୍କ ଘରଦ୍ୱାର ଉଡ଼ି ଯାଇଥିଲା । ସେମାନଙ୍କୁ ରହିବା ପାଇଁ ପ୍ରଶାସନ (କଟକ ସଦର ତହସିଲ) ପକ୍ଷରୁ ସହାୟତା ସ୍ୱରୂପ ପଲିଥିନ ଯୋଗାଇ ଦିଆଯାଇଥିଲା । ତେବେ ଘଟଣା ଘଟିବାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଅବହେଳିତ ଭାବେ କାଳାତିପାତ କରୁଥିବା କିନ୍ନରମାନଙ୍କୁ ଆଜିପର୍ଯ୍ୟନ୍ତ ପଲିଥିନଟିଏ ପ୍ରଦାନ କରାଗଲା ନାହିଁ । ଏଥିପାଇଁ କିନ୍ନରମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ ନିଜ ନ୍ୟାଯ୍ୟ ଅଧିକାର ପାଇଁ ବିକ୍ଷୋଭ କରିଥିଲେ । ପୂର୍ବାହ୍ନରେ ଶତାଧିକ କିନ୍ନର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଭିନ୍ନ ନାରା ଦେଇଥିଲେ । ଏହି ବିକ୍ଷୋଭରେ କଟକ କିନ୍ନର ସଂଘର ସମାଜସେବୀ ତନୁଶ୍ରୀ ବେହେରା, ମିଠି କିନ୍ନର, ଶୀତଲ କିନ୍ନର, ଦେବୀ କିନ୍ନର, ଶିବାନୀ କିନ୍ନର, ଟିକି କିନ୍ନର, ଚୁଇଁନା କିନ୍ନର, ରୀନା କିନ୍ନର, ବର୍ଷା କିନ୍ନର, ପତି କିନ୍ନର, ରାକ୍ଷୀ କିନ୍ନର, ସାକ୍ଷୀ କିନ୍ନର, ମୋନାଲିସା କିନ୍ନର, ବିଶାଖା କିନ୍ନର ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *