Saturday , June 19 2021
Breaking News
Home / କ୍ରୀଡ଼ା / ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ସାଲେପୁରର ବିଭିନ୍ନ ସ୍ଥାନରେ ଯୋଗ ଶିବିର

ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ସାଲେପୁରର ବିଭିନ୍ନ ସ୍ଥାନରେ ଯୋଗ ଶିବିର

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ସାଲେପୁର ଅଂଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ଶୁକ୍ରବାର ପ୍ରଭାତରୁ ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳ ଠାରୁ ସହରାଂଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ଖୋଲା ମୈଦାନରେ ବୃଦ୍ଧବୃଦ୍ଧାଙ୍କ ଠାରୁ ଯୁବକ ଯୁବତୀ , ଛାତ୍ରଛାତ୍ରୀମାନେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଆଜି ସାଲେପୁର ହାଇସ୍କୁଲ ପଡ଼ିଆଠାରେ ପତଞ୍ଜଳି ଯୋଗସମିତି ପକ୍ଷରୁ ଏକ ଯୋଗଶିବିରର ଆୟୋଜନ କରାଯାଇଥିଲା । ଏହାକୁ ଆନୁଷ୍ଠାନିକ ଭାବେ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ  ମୁଖ୍ୟଅତିଥି ଭାବେ ଗ୍ରାମାଂଚଳ ଅତିରିକ୍ତ ଏସ୍.ପି. ପ୍ରଦ୍ୟୁମ୍ନ କୁମାର ଜେନା, ସମ୍ମାନିତ ଅତିଥି ଭାବେ ପତଞ୍ଜଳି ସମିତିର ରାଜ୍ୟ କିଶାନ୍ ପ୍ରଭାରୀ ଏସ୍.ପି.ଡି.ଆର୍ ମହାପାତ୍ର ଯୋଗଦେଇ ଯୋଗର ଉପକାରିତା ସଂପର୍କରେ ଉପସ୍ଥିତ ଯୋଗଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ଯୋଗଶିକ୍ଷକ ପ୍ରତାପ କୁମାର ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ଶିଶିର କୁମାର ପଣ୍ଡା, କାମଦେବ କର ପ୍ରମୁଖ ଉପସ୍ଥିତ ରହି ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ହାଇସ୍କୁଲର ଏନ୍.ସି.ସି. ଅଫିସର ଡଃ ଗୌତମ ମହାରଣା, ଶ୍ରୀକାନ୍ତ ପରିଡ଼ା, ସାଲେପୁର କଲେଜର ଏନ୍.ସି.ସି. ଅଧିକାରୀ ଡଃ ପ୍ରଭାସିନୀ ଦେବୀ, ଜୀବନଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଗ ଶିବିରରେ ପ୍ରାୟ ୩ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ, ଜନସାଧାରଣ, ବୃଦ୍ଧବୃଦ୍ଧାମାନେ ଯୋଗଦେଇ ଯୋଗଶିକ୍ଷା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗସମିତି ସାଲେପୁରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ । ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ସାଲେପୁର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡିଶାଙ୍କ  ଅବସର ପ୍ରାପ୍ତ ଯୁଗ୍ମ ସଚିବ ଡାଃ ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଯୋଗ କର୍ମ କରିବାର କୌଶଳ ପ୍ରଦାନ କରେ ବୋଲି କହିଥିବା ବେଳେ ପରିଚାଳନା ସମିତିର ସଭାପତି ଡଃ ତରୁଲତା ଦେବୀ ଯୋଗ ଦେଇ ଶିଶୁ ଓ ଆଚାର୍ଯ୍ୟମାନଙ୍କ ପାଇଁ ଯୋଗର ଉପାଦେୟତା ବର୍ଣ୍ଣନା କରିଥିଲେ । ଉକ୍ତ ଯୋଗ ଶିବିରରେ ପରିଚାଳନା ସମିତିର ସହସମ୍ପାଦକ ମନୋରଞ୍ଜନ ଭୂୟାଁ ଓ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଯୋଗ ଶିକ୍ଷକ ତୋଫାନ କୁମାର ସାମଲ ଓ ସୌମ୍ୟଜିତ୍ ସାହୁ ଯୋଗ ପରିଚାଳନା କରିଥିଲେ ।  ଶେଷରେ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସାଲେପୁର ଯୋଗ ମହୋତ୍ସବ ସମିତି ଆନୁକୁଲ୍ୟରେ ସାଲେପୁର ଠାରେ ୨୪ଟି ଗ୍ରାମରେ ଯୋଗ ଶିବିର ସଂଯୋଜକ ସୁଲଭ ଚରଣ  ସେଠୀଙ୍କ ସଂଜଯୋନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଯୋଗ ପ୍ରେମୀ ଯୋଗ ଦେଇ ଯୋଗାଭ୍ୟାସ କରିବା ସହିତ ପ୍ରଧାନମନ୍ତ୍ରୀଙ୍କର ଯୋଗକୁ ସର୍ବବ୍ୟାପୀ ଓ ପୂଜ୍ୟ ରାମଦେବ ବାବା ଯୋଗକୁ ସର୍ବସ୍ପର୍ଶୀ  କରିଥିବାର କଥା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗୋପିନାଥପୁର ହରିଡାପଡିଆରେ ପ୍ରଶାନ୍ତ କୁମାର ଭୁୟାଁ, କରମୁଆଁ ଗ୍ରାମଠାରେ ଯୋଗଗୁରୁ ସମର ବଲ୍ଲଭ ଲେଙ୍କା, ରେବା କଲେଜ ପଡିଆରେ ପ୍ରଭାତ କୁମାର ଜେନା ଓ ଜ୍ଞାନ ରଞ୍ଜନ ସାମଲ, ବହୁଗ୍ରାମ ହାଇସ୍କୁଲ ପଡିଆରେ ଅମୀୟ ରଞ୍ଜନ ଦାସ, ବାରଗୋଡିଆ ଗ୍ରାମରେ ସଞ୍ଜୟ ଦଳାଇଙ୍କ ନେତୃତ୍ୱରେ ଶ୍ରୀରାମ +୨ କଲେଜ ପଡିଆରେ ଲଳିତ ମୋହନ ପ୍ରଧାନଙ୍କ ସଂଯୋଜନାରେ, ବଳଭଦ୍ରପୁରଠାରେ ଉପେନ୍ଦ୍ର ନାଥ ପାତ୍ର, ପଟୁଆଠାରେ ବିକ୍ରମ ବାରିକ, ଛାଣିପୁର, ପୂର୍ବକଚ୍ଛ, ମଧ୍ୟ କଚ୍ଛ, ସିଘଂମାପୁର, ଭାତପଡା, ଅଲ୍ଲୀପୁର, ସାରଦା, ଇତ୍ୟାଦି ପ୍ରମୁଖ ଗ୍ରାମ ମାନଙ୍କରେ ଯୋଗ ସମିତି ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ  ପାରାଦୀପ  ର …

Leave a Reply

Your email address will not be published. Required fields are marked *