Friday , June 25 2021
Breaking News
Home / ତାଜା ଖବର / ଆନ୍ତଃଜିଲ୍ଲା ବାଇକ୍ ଚୋରି ର୍ୟାକେଟ ଠାବ – ୮ ବାଇକ ଜବତ, ଜଣେ ଗିରଫ

ଆନ୍ତଃଜିଲ୍ଲା ବାଇକ୍ ଚୋରି ର୍ୟାକେଟ ଠାବ – ୮ ବାଇକ ଜବତ, ଜଣେ ଗିରଫ

ନୂଆପଡ଼ା,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଜୋଙ୍କ ଥାନା ପୁଲିସ ଏକ ଆନ୍ତଃ ଜିଲ୍ଲା ବାଇକ୍ ଚୋରି ର୍ୟାକେଟ ଠାବ କରିଛି । ଜୋଙ୍କ ପୁଲିସ ୮ଟି ବାଇକ୍ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ଚଟୁଅଙ୍କା ଗାଁର ବିନୁ ଅଦା(୨୧) । ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଏଥିରେ ଏଏସପି ସୁନୀଲ କୁମାର ଆଚାର୍ଯ୍ୟ କହିଛନ୍ତି ଯେ, ଗତ କିଛି ମାସ ହେଲା ଖରିଆରରୋଡ ସହରରେ ବହୁ ବାଇକ ଚୋରି ହୋଇଥିଲା । ଏହାକୁ ନେଇ ଜୋଙ୍କ ଆଇଆଇସି ଯୁଗଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ତଦନ୍ତ ଚାଲିଥିଲା । ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ କାବୁକରି ଜେରା କରି ବହୁ ତଥ୍ୟ ସଂଗ୍ରହ କରିଥିଲା । ବିନୁଙ୍କଠାରୁ ମୋଟ ୮ଟି ଚୋରି ବାଇକକୁ ବିଭିନ୍ନ ସ୍ଥାନରୁ ପୁଲିସ ଜବତ କରିଥିଲେ । ସେଥିରୁ (ଓଡି ୨୬ ୮୨୮୫, (ସିଜି ୦୬ ଜିଏଚ ୩୫୨୩), (ଓଡି ୧୭ ଏଲ ୫୭୬୯)( ସିଜି ୦୪ ଏଲକୁ୍ୟ ୭୪୨୬) ପ୍ରମୁଖ ୪ଟି ବାଇକ ଚୋରି ହୋଇଥିବା ଜୋଙ୍କ ଥାନାରେ ଅଭିଯୋଗ ହୋଇଥିଲା । କଂଟାବାଞ୍ଜି ଅଂଚଳର ଏକ ଚୋରି ର୍ୟାକେଟ ଗ୍ୟାଙ୍ଗ ଖରିଆରରୋଡ, ଉଦ୍ୟାନବନ୍ଧ, କୋମନା, ଖଡିଆଳ, ସିନାପାଲି ଅଂଚଳରେ ବାଇକ ଚୋରି କରୁଛନ୍ତି । ସେହି ବାଇକକୁ ଚୋରମାନେ କମ୍ ଦରରେ ବିକ୍ରି କରିଛନ୍ତି । ଏହି ଗ୍ୟାଙ୍ଗରେ ୮ ଜଣ ସଦସ୍ୟ ରହିଛନ୍ତି । ସେଥିରୁ ଜଣଙ୍କୁ ପୁଲିସ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *