Tuesday , June 15 2021
Breaking News
Home / ଶିକ୍ଷା / ଆନନ୍ଦମାର୍ଗ ଜାଗୃତି ସ୍କୁଲ ରେ ଗୋଷ୍ଠି ସଚେତନତା ଦିବସ ଓ ଗୁରୁ ଦିବସ ପାଳିତ

ଆନନ୍ଦମାର୍ଗ ଜାଗୃତି ସ୍କୁଲ ରେ ଗୋଷ୍ଠି ସଚେତନତା ଦିବସ ଓ ଗୁରୁ ଦିବସ ପାଳିତ

ତାରପୁର, ୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ଦିନ ଉତରକୂଳସ୍ଥିତ ଆନନ୍ଦମାର୍ଗ ଜାଗୃତି ସ୍କୁଲ ପକ୍ଷରୁ ସ୍ୱଛତା ପକ୍ଷ ପାଳନର ପଂଚମ ଦିବସରେ ଗୋଷ୍ଠି ସଚେତନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦିନ ୧୧ ଟା ବେଳେ ନିକଟସ୍ଥ ମୁଗୁରିଆ ଓ ଉତରକୂଳ ଗ୍ରାମକୁ ସ୍ୱଛତା ସମ୍ବନ୍ଧୀୟ ଜନ ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ବାହାରି ସ୍ୱଛ ଭାରତ ସମ୍ବନ୍ଦିୟ ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲିକ ଓ ଛାତ୍ର ଅସିମ କୁସୁମ ସ୍ୱଛତା ସମ୍ବନ୍ଧିୟ ସଚେତନାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପରେ ଛାତ୍ର ଛାତ୍ରୀମାନେ ମା ସୁଦାମବତୀ ଙ୍କ ମନ୍ଦିର ପରିସର ସଫେଇ କରିଥିଲେ । ଉକ୍ତ ବିଦ୍ୟାଳୟରେ ଗୁରୁଦିବସ ମଧ୍ୟ ପାଳନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *