Tuesday , June 15 2021
Breaking News
Home / ବିଶେଷ / ଆଧାର ସଂଯୋଗ ନେଇ ଯୋଗାଣ ବିଭାଗ ତତ୍ପର

ଆଧାର ସଂଯୋଗ ନେଇ ଯୋଗାଣ ବିଭାଗ ତତ୍ପର

ପାଟକୁରା, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରସରକାରଙ୍କ କଡା ଆଭିମୁଖ୍ୟ ପରେ ରାଶନ କାର୍ଡ ହିତାଧିକାରୀ ମାନଙ୍କ ମଧ୍ୟରେ ଛନକା ଭାବ ସୃଷ୍ଟି ହୋଇଛି । ଅଂଚଳରେ ରହିଥିବା ଅସାଧୁ କାର୍ଡଧାରୀମାନେ ଆଧାର ସଂଯୋଗ କ୍ଷେତ୍ରରେ ଯୋଗାଣ ବିଭାଗକୁ ସହଯୋଗ କରୁ ନ ଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ହେଉଥିବାର ଜଣାଯାଇଛି । ଫଳରେ ପ୍ରତି କାର୍ଡରେ ଆଧାର ସଂଯୋଗ ହେବା କଷ୍ଟକର ହୋଇପଡିଛି । ଏ ଦିଗରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ପୂରିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ଏହି ସମୟ ମଧ୍ୟରେ ଆଧାର ସଂଯୋଗ ହୋଇ ନ ପାରିଲେ ହିତାଧିକାରୀ ମାନଙ୍କୁ କଂଟ୍ରୋଲ ସାମଗ୍ରୀ ମିଳି ପାରିବ ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ ନିୟମ ରହିଛି । ଆଧାର ସଂଯୋଗ କାର୍ଯ୍ୟ ଚଳିତ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କରାଯିବା ପରେ ଏହି ନିୟମ ଆସନ୍ତା ସେପ୍ଟେମ୍ବର ମାସ ଠାରୁ କାର୍ଯ୍ୟକାରୀ ହେବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି । ଏଭଳି ସରକାରୀ ନିର୍ଦ୍ଦେଶ ଆସିବା ପରେ ଗରଦପୁର ବ୍ଲକର ଯୋଗାଣ ବିଭାଗ ପକ୍ଷରୁ ଆଧାର ସଂଯୋଗ ପାଇର୍ଁ ତତ୍ପରତା ପ୍ରକାଶ ପାଇଛି । ଶତପ୍ରତିଶତ ରାସନ୍ କାର୍ଡ ସହିତ ଆଧାର ସଂଯୋଗ କରାଯିବା ପାଇଁ ବିଭାଗ ପକ୍ଷରୁ ପ୍ରଚାର ଗାଡି ବୁଲୁଛି । ପ୍ରଚାର ମାଧ୍ୟମରେ ଖାଉଟିମାନଙ୍କ ମଧ୍ୟରେ ଜନସଚେତନତା କରାଯାଉଛି । ଗତ ୨୦୧୫ ଡିସେମ୍ବର ମାସ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହୋଇଛି ।୨୦୧୧ଜନଗଣନା ଆଧାରରେ ଗରଦପୁର ବ୍ଳକରେ ମୋଟ ୨୭ ହଜାର ପରିବାର ମଧ୍ୟରୁ ୨୨ହଜାର ୬ଶହ୧୬ ପରିବାରକୁ ଜାତୀୟ ଖାଦ୍ୟ ନିରାପତା ଯୋଜନାରେ ସାମିଲ କରାଯାଇଛି । ସେଥି ମଧ୍ୟରୁ ୨୨ହଜାର ୨୫୮ ପରିବାରମାନଙ୍କର ଆଧାର ସଂଯୋଗ କରାଯାଇଛି । ଯାହା ଫଳରେ ଏହି ପରିବାରରେ ଥିବା ମୋଟ ୮୬ ହଜାର୭୨୪ ଜଣ ଲୋକମାନେ ଉପକୃତ ହୋଇପାରିବେ । ବର୍ତର୍ମାନ ସୁଦ୍ଧା ଅବଶିଷ୍ଟ ୩୫୮ ପରିବାର ଆଧାର ସଂଯୋଗ କରି ନାହାଁନ୍ତି । ଏହି ପରିବାରମାନଙ୍କର ରାଶନ୍ କାର୍ଡରେ ଆଧାର ସଂଯୋଗ କରାଯାଇ ନ ପାରିଲେ ଏହି ପରିବାରରେ ଥିବା ମୋଟ ୭ହଜାର୨ଶହ୮୮ ଲୋକମାନେ ରାଶନ ପାଇବାରୁ ବାଦ୍ ପଡିବେ ବୋଲି ଯୋଗାଣ ବିଭାଗ ସମିକ୍ଷାରୁ ଜଣାଯାଇଛି । ରାଶନ କାର୍ଡ ଧାରୀମାନଙ୍କୁ ମାସିକ ଗହମ ଓ ଚାଉଳ ଯୋଗାଇ ଦିଆଯାଉଛି । କାର୍ଡ ପିଛା କିରୋସିନ ମଧ୍ୟ ମିଳୁଛି । ଆରମ୍ଭରୁ କେନ୍ଦ୍ର ସରକାର ରାଶନ କାର୍ଡ ସହିତ ଆଧାର ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମାତ୍ର କେତେକ କାରଣରୁ ଏହା ଧିମେଇ ଯାଇଥିଲା । ଭୁତ ହିତାଧିକାରୀମାନଙ୍କୁ ଧରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କରିବା ଏକ ବଳିଷ୍ଠ ମାଧ୍ୟମ ବୋଲି ଗ୍ରହଣ କରି ଆସୁଛନ୍ତି । ଏ ଦିଗରେ ସରକାର କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ଫଳରେ ଶତପ୍ରତିଶତ ଆଧାର ସଂଯୋଗକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ ବସୁଛି । ଭିଡିଓ କନଫରେନିସିଂ ମାଧ୍ୟମରେ ଆଧାର ସଂଯୋଗକୁ ନେଇ ସମିକ୍ଷା କରାଯାଉଛି । ଏହି ବ୍ଳକରେ ରାଶନ କାର୍ଡ ଧାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ପାଇଁ ବିଭିନ୍ନ ପଂଚାୟତମାନଙ୍କରେ ପ୍ରଚାର ଗାଡି ବୁଲୁଛି । ଗାଁ ଗହଳି ମାନଙ୍କରେ ଓ ରିଟେଲର କେନ୍ଦ୍ରମାନଙ୍କରେ ପୋଷ୍ଟର, ବ୍ୟାନର ଟଙ୍ଗା ଯାଇ ସଚେତନତା କରାଯାଉଛି । ଏ ଦିଗରେ ଗରଦପୁର ବ୍ଳକର ଯୋଗାଣ ନିରିକ୍ଷକ ପ୍ରଦୀପ୍ କୁମାର ଭଟ୍ଟଙ୍କୁ ପଚାରିବାରେ ସେ କହନ୍ତି ଯେ, ଆଧାର ସଂଯୋଗ କରାଯିବା ପାଇଁ ପ୍ରଶାସନଙ୍କ ପକ୍ଷରୁ ରାଶନ କାର୍ଡ ଧାରୀମାନଙ୍କୁ ଶେଷ ସୁଯୋଗ ଦିଆଯାଉଛି । ରହିଯାଇଥିବା କାର୍ଡଧାରୀ ମାନଙ୍କର ଆସନ୍ତା ୩୧ ତାରିଖ ମଧ୍ୟରେ ଆଧାର ସଂଯୋଗ କରାଯିବା ପାଇଁ ସଚେତନତା ସୃଷ୍ଟି କରିବାକୁ ବ୍ଳକର୧୮ଗୋଟି ପଂଚାୟତରେ ପ୍ରଚାର ଗାଡି ବୁଲିବା, ରିଟେଲର କେନ୍ଦ୍ରମାନଙ୍କରେ ପୋଷ୍ଟର ଲାଗାଯିବାର ବ୍ୟବସ୍ଥା କରାଯାଇଛି । ଯେଉଁ ଲୋକମାନଙ୍କ ନାମ ରାସନ କାର୍ଡରେ ଭୁଲ ରହିଛି,ସେମାନେ ନିଜ ଆଧାର ଫଟୋ କପି ସହ ସମ୍ପୃକ୍ତ ରିଟେଲର କିମ୍ବା ବ୍ଳକ କାର୍ଯ୍ୟାଳୟରେ ତୁରନ୍ତ ଦାଖଲ କରିବାକୁ କହିଛନ୍ତି । ଏ ଦିଗରେ ବିଫଳ ହୋଇଥିବା ହିତାଧିକାରୀ ମାନେ ରାଶନ୍ କାର୍ଡରୁ ବାଦ୍ ପଡିବେ ବୋଲି ଶ୍ରୀ ଭଟ୍ଟ ସତର୍କ କରାଇ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *