Thursday , June 24 2021
Breaking News
Home / ଶିକ୍ଷା / ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେବାପାଇଁ ଛାତ୍ର ହନ୍ତସନ୍ତ

ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେବାପାଇଁ ଛାତ୍ର ହନ୍ତସନ୍ତ

କଳାହାଣ୍ଡି,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ଆଦିବାସୀ ଛାତ୍ରାଛାତ୍ରୀ ମାନଙ୍କ ଶିକ୍ଷା କୁନେଇ ଯତ୍ନଶୀଳ ଥିବାବେଲେ ଏପଟେ ଆଧାର କାର୍ଡ ନଥିବାରୁ ପରୀକ୍ଷାରୁ ବାଦ ପଡିବେ ଛାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପାଇକକେନ୍ଦୁମୁଣ୍ଡି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବିଜୟ କୁମାର ମାଝୀ ଆଧାର କାର୍ଡ ନଥିବାରୁ ଦଶମ ବୋର୍ଡ ପରୀକ୍ଷା ଦେବାରୁ ବଂଚିତ ହେବେ । ଆଧାର କାର୍ଡ ନଥିବାରୁ ଛାତ୍ରଙ୍କୁ ନବମ ଶ୍ରେଣୀରେ ସାଇକେଲ ମଧ୍ୟ ମିଲିନାହିଁ । ପରିବାର ଲୋକେ ଜାଣିବା ପରେ ଯାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁନ ଠାକୁର ଓ ପରୀକ୍ଷା ଏନରୋଲମେଂଟ ଦାୟୀତ୍ୱରେ ଥିବା ଶିକ୍ଷକ ଦେବେନ୍ଦ୍ର କରଙ୍କୁ ସାକ୍ଷାତ କରିଥିଲେ କିନ୍ତୁ ଆଧାର କାର୍ଡ ବିନା କିଛି କରିହେବ ନାହିଁ ବୋଲି ସେମାନେ କହିଥିଲେ । ଏକଥା ଗଣମାଧ୍ୟମରେ ପ୍ରକାଶ ହେବାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ବିଜୟ ପରୀକ୍ଷା ଦେଇ ପାରିବ । ତେବେ କଣ ପାଇଁ ଆଗରୁ ମନାକଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନରୋଲମେଂଟ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୨୫୦ ଟଙ୍କା ଲେଖାଏ ନେଇଥିବା ଅଭିଯୋଗ ହେଉଛି । ଏହି ଘଟଣାରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ଘେରରେ ଆୟବା ପ୍ରାଥମିକ ବିଦ୍ୟାଳୟ

ଭିତିଭୂମିର ବିକାଶ ଉପରେ ନିର୍ଭର କରେ କୁନି ପିଲାଙ୍କ ଭବିଷ୍ୟତ କେନ୍ଦ୍ରାପଡ଼ା,୧୦/୦୬/୨୦୨୧(ଓଡ଼ିଶା ସମାଚାର)-ସମସ୍ୟା ଘେରରେ ଥିବା ସର୍ବପୁରାତନ ବିଦ୍ୟାଳୟଟିର ଭିତିଭୂମିର …

Leave a Reply

Your email address will not be published. Required fields are marked *