Sunday , June 13 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକଙ୍କ ପରଲୋକ

ଆଦର୍ଶ ଶିକ୍ଷକଙ୍କ ପରଲୋକ

ତାରପୁର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆଦର୍ଶ ଗଣିତ ଶିକ୍ଷକ ସୁରେନ୍ଦ୍ରନାଥ ନାୟକଙ୍କ ୮୯ ବର୍ଷ ବୟସରେ ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି ।  ସ୍ୱର୍ଗତ ନାୟକ ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟକରି ପ୍ରସଂଶା ଭାଜନ ହେବା ସହ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ତାଙ୍କର ବହୁ ଛାତ୍ର ସରକାରଙ୍କ ପଦ ବଦବୀରେ ରହି କାର୍ଯ୍ୟ କରୁଥିବାବେଳେ ଜୀବନକାଳ ମଧ୍ୟରେ ଶିକ୍ଷା ତଥା ଛାତ୍ର ଛାତ୍ରୀଙ୍କୁ ଗଢ଼ÿିତୋଳିବାରେ ସର୍ବଦା ଚେଷ୍ଟା ଜାରି ରଖିଥିଲେ ।  ସ୍ୱର୍ଗତ ନାୟକ ନିଜ ଗ୍ରାମରେ  ବହୁ ଉନ୍ନତିମୂଳକ କାର୍ଯ୍ୟକରି ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ ବୋହୁ, ଝିଅ ଜ୍ୱାଇଁ , ନାତି ନାତୁଣିଙ୍କ ସହ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ  ସଂସ୍କାର କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *