Tuesday , August 3 2021
Breaking News
Home / ବିଶେଷ / ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଆଦର୍ଶ ଥାନାର ପ୍ରଥମ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରଜନୀକାନ୍ତ ସାମଲ ଙ୍କ ଏଥିମଧ୍ୟରେ ଡିଏସପି  ଭାବେ ପଦୋନ୍ନତି ହୋଇ ବଦଳି ଆଦେଶ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂନ୍ଧ୍ୟାରରେ ପାରାଦ୍ୱୀପ ର କର୍ତବ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଶ୍ରୀ ସାମଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସମ୍ବାଦିକ ଶୁକଦେବ ଜେନା, ବଟ୍ଟକୃଷ୍ଣ ଦାସ, ଶଶାଙ୍କ ଆଚାର୍ଯ୍ୟ,ସଂଜୟ ମିଶ୍ର, ରବିନ୍ଦ୍ର ଜେନା,ରାକେଶ ପଟ୍ଟନାୟକ, ଅବଦୁଲ ଅବିଦ୍ ଖାନ୍,ଦୀପକ ଦାସ, ଜଗନ୍ନାଥ ଶତପଥି ପ୍ରମୁଖ ଥାନା ପରିସରରେ ଶ୍ରୀ ସାମଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତେବେ ନିଜ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ସାମଲ ଶିଳ୍ପ ତଥା ଶ୍ରମିକ ବିବାଦ, ଚୋରୀ ଡକାୟତି, ରାହାଜାନୀ,ଛିନତାଇ ଇତ୍ୟାଦି ଉପରେ ଅଙ୍କୁଶ ଲଗାଇ ଆଇନଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣାଧିନ କରି ସାଧାରଣରେ ବେଶ ପ୍ରଶଂସିତ ହୋଇପାରିଥିଲେ । ଏତଦ୍ ବ୍ୟତୀତ ବିଗତ ବାତ୍ୟା ଓ ଚଳିତ କରୋନା ମହାମାରୀ ରେ ଶ୍ରୀ ସାମଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଥିଲା । ତାଙ୍କ ସମୟରେ ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ଦୃଢିଭୁତ ହୋଇପାରିଥିଲା । ତାଙ୍କର ପଦୋନ୍ନତୀ ଓ ବଦଳି ଖବର ପରେ ବହୁ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି  । ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *