Thursday , August 5 2021
Breaking News
Home / ବିଶେଷ / ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଯିବେନାହିଁ ଓଡ଼ିଆ ପୁଅ

ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଯିବେନାହିଁ ଓଡ଼ିଆ ପୁଅ

ଭୁବନେଶ୍ୱର,୧୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଣ୍ଡାମାନ  ନିକୋବରର ପୋର୍ଟବ୍ଲେୟାର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ରଥଯାତ୍ରା ହେବ ନାହିଁ । କେବଳ ପରମ୍ପରା ରକ୍ଷା ପାଇଁ ନୀତି ପୂଜା କରାଯିବ । ‌ସେହିପରି ଠାକୁରଙ୍କ ଯାତ୍ରା ପୂର୍ବରୁ ସେହି ରଥରେ ଓଡିଶାର ନିମପଡ଼ା ଠାକୁର ପାଟଣା ମଠର ମହନ୍ତ ତଥା ପୁରୁଣା ଭୁବନେଶ୍ୱରର ଅଧିବାସୀ, ଆଣ୍ଡାମାନ ଏକ୍ସପ୍ରେସ୍‌ର ମୁଖ୍ୟ ପରିଚାଳକ ଗଦାଧର ଦାସ ଗୋସ୍ୱାମୀ ଛେରାପହଁରା କରନ୍ତି । ଶ୍ରୀ ଦାସ ଚଳିତ ବର୍ଷ ସରକାରଙ୍କ କୋଭିଡ଼୍ କଟକଣା ମାନି ସେଠାକୁ ଯିବେ ନାହିଁ ।  ଆଣ୍ଡାମାନ୍ ‘ଉତ୍କଳ ସମାଜ’ ପକ୍ଷରୁ ଓଡ଼ିଆଙ୍କ ଦ୍ୱାରା ପ୍ରତିବର୍ଷ ସେଠାରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ହୁଏ । ମନ୍ଦିରରୁ ବାହାରି ସହର ପରିକ୍ରମା କରି ରାଜସ୍ଥାନ ମନ୍ଦିର ନିକଟ ଜଗନ୍ନାଥ ମନ୍ଦିରକୁ ଫେରିଥାନ୍ତି । ତେବେ ଚଳିତ ବର୍ଷ କେବଳ ବିଧି ଅନୁଯାୟୀ ନୀତି ପୂଜା କରାଯିବ ବୋଲି ଉତ୍କଳ ସମାଜର ସଭ୍ୟ ବିଜୟ କୁମାର ଜେନା ଓ ସରୋଜ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *