Monday , June 14 2021
Breaking News
Home / ବିଶେଷ / ଆଜି ଭାଙ୍ଗିବ ଐତିହାସିକ ଏମାର ମଠ – ଭୁତଳ ଘର ର ସନ୍ଧାନ – ମଠ ଛାଡ଼ୁନାହାନ୍ତି ମହନ୍ତ

ଆଜି ଭାଙ୍ଗିବ ଐତିହାସିକ ଏମାର ମଠ – ଭୁତଳ ଘର ର ସନ୍ଧାନ – ମଠ ଛାଡ଼ୁନାହାନ୍ତି ମହନ୍ତ

ପୁରୀ, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଏହାକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠ ଭଙ୍ଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଠକୁ ଭାଙ୍ଗିବା ପାଇଁ ବୁଧବାର ମଠର ମହନ୍ତଙ୍କୁ ବିଧିବଦ୍ଧ ଭାବେ ନୋଟିସ୍ କରିଛି ଜିଲ୍ଲା ପ୍ରଶାସନ । ତେବେ ଏହି ନୋଟିସକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗ୍ରହଣ କରିନାହାନ୍ତି ମହନ୍ତ । ଫଳରେ କାନ୍ଥରେ ଲଟକା ଲଗାଇ ଦେଇଛି ମୁନିସିପାଲିଟି । ଶ୍ୱାସ ଥିବାରୁ ସେ ବାହାରକୁ ବାହାରି ପାରିବେ ନାହିଁ ବୋଲି କହି ନୋଟିସ ଗ୍ରହଣ କରିନାହାନ୍ତି ମହନ୍ତ । ଅନ୍ୟପଟେ ଏହି ମଠରେ ଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରିକୁ ସ୍ଥାନାନ୍ତର କରାଯାଇଛି । ବହିପତ୍ର ସବୁ ଡ଼ିଜିଟାଇଜେସନ୍ କରାଯିବ ବୋଲି ଜିଲାପାଳ କହିଛନ୍ତି । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ପୁରୁଣା ଲାଇବ୍ରେରିରେ ଥିବା ଆଲମିରା ଓ ବହିକୁ ଅନ୍ୟ ଏକ ମଠକୁ ସ୍ଥାନାନ୍ତର କରାଯାଇଛି । ଏମାର ମଠ ସହ ଏଥିରେ ଥିବା ଦୋକାନ ଘରଗୁଡିକୁ ମଧ୍ୟ ଭଙ୍ଗାଯିବ । ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜା ପାଉଥିବା ଠାକୁରଙ୍କୁ ପୂର୍ବଭଳି ରଖାଯିବାକୁ ନିଷ୍ପତି ନିଆଯାଇଛି । ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ । ସେଥିପାଇଁ ବଡ ଆଖଡା ମଠରେ ଥିବା ସିଂହଦ୍ୱାର ଥାନାର ଜିନିଷ ପତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଏମାର ମଠ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ଜିଲାପାଳ, ଉପଜିଲାପାଳ, ଏସପି, ଅତିରିକ୍ତ ଏସପି ଉପସ୍ଥିତ ରହି ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି । କାକୁଡ଼ିଖିଆ ଛକ ଠାରୁ ସିଲ କରାଯାଇଛି ।  ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଙ୍କୁ ମଧ୍ୟ ମୁତୟନ କରାଯାଇଛି । ମହନ୍ତ ରାଜ ଗୋପାଳ ରାମାନୁଜ ଦାସ ମଠ ଛାଡ଼ୁନାହାନ୍ତି । ଧ୍ୟାନ ରେ ବସୁଛନ୍ତି । ଜିଲାପାଳ, ଉପଜିଲାପାଳ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁନାହାନ୍ତି । ମଠ ଅସୁରକ୍ଷିତ ନଥିବା ସେ କହୁଛନ୍ତି । ତେବେ ଇତିମଧ୍ୟରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଏକ ଭୁତଳ ଘରଥିବା ଦେଖିବାକୁ ପାଇଛନ୍ତି । ଅତିତରେ ଏହି ଏମାର ମଠର କାନ୍ଥ ରୁ କୋଟି କୋଟି ଟଙ୍କାର ରୂପା ଇଟା ବାହାରିଥିଲା । ତେଣୁ ଏହି ଭୁତଳ ଘର ଥିବା ଜଣାପଡ଼ିବା ପରେ ମହନ୍ତ ଯେଉଁ ଘରେ ରହୁଛନ୍ତି , ତାହା ତଳେ ଭୁତଳ ଘର ଥାଇପାରେ ଓ କିଛି ଧନ ରତ୍ନ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି , ଯାହାକୁ ନେଇ ମହନ୍ତ ମଠ ଛାଡ଼ୁନାହାନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *