Sunday , June 20 2021
Home / କ୍ରୀଡ଼ା / ଆଜି ଓଡ଼ିଶା ଏଫସି -ବେଙ୍ଗାଲୁରୁ ଏଫସି ମ୍ୟାଚ୍

ଆଜି ଓଡ଼ିଶା ଏଫସି -ବେଙ୍ଗାଲୁରୁ ଏଫସି ମ୍ୟାଚ୍

ଭୁବନେଶ୍ୱର, ୧୭/୧୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ଏଫସି ଆଇଏସଏଲ୍- ୭ର ଏକ ମ୍ୟାଚ ରେ ଗୁରୁବାର ବାମ୍ବୋଲେଜିମ୍ ର ଜିଏମସି ଷ୍ଟାଡିଅମ ରେ ରାତି ସାଢ଼େ ୭ଟାରେ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଏଫସି ମୁଖ୍ୟ କୋଚ୍ ଷ୍ଟୁଆର୍ଟ ବାକ୍ସଟର୍ ମ୍ୟାଚ୍ ର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ପାଖରେ ଅଭିଜ୍ଞତା ରହିଛି ଏବଂ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଏହାକୁ ଉପଯୋଗ କରିବୁ ବୋଲି ସେ ସୂଚନା ଦେଇଛନ୍ତି । ଦଳର ସେଂଟର୍ -ବ୍ୟାକ୍ ସମ୍ପର୍କରେ ଏକ ପ୍ରଶ୍ନର ଉତରରେ ବାକ୍ସର କହିଥିଲେ, ସେଂଟର-ବ୍ୟାକ୍ ର ପ୍ରଦର୍ଶନ ଏତେ ଖରାପ ନୁହେଁ । ଅନ୍ୟପକ୍ଷରେ ଗୋଲ୍ ପାଇଁ ସେଂଟର-ବ୍ୟାକ୍ କୁ ଦାୟୀ କରିବା ଅନୁଚିତ । ଓଡ଼ିଶା ଏଫସି ୫ଟି ମ୍ୟାଚ ରୁ ଗୋଟିଏରେ ବିଜୟୀ ହୋଇନଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ ରଖିବାରେ ସମର୍ଥ ହୋଇଛି । ଏହି ଡ୍ର’ ମ୍ୟାଚ୍ ରୁ ଦଳ ଗୋଟିଏ ପଏନ୍ଟ ପାଇ ଏସସି ଇଷ୍ଟବେଙ୍ଗଲ ଉପରେ ଟେବୁଲ୍ର ୧୦ମ ସ୍ଥାନରେ ରହିଛି । ଓଡ଼ିଶା ସମାଚାର

About admin

Check Also

ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ  ପାରାଦୀପ  ର …

Leave a Reply

Your email address will not be published. Required fields are marked *