Thursday , June 17 2021
Breaking News
Home / ବିଶେଷ / ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୱାସିମ୍ ରିଜୱିଙ୍କ କୁଶପୁତଳିକା ଦାହ

ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୱାସିମ୍ ରିଜୱିଙ୍କ କୁଶପୁତଳିକା ଦାହ

ପାରାଦୀପ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ସୁପ୍ରିମ୍ କୋର୍ଟ ରେ କୁରାନକୁ ନେଇ ସିଆ ୱାକର୍ଫ ବୋର୍ଡର ପୂର୍ବତନ ମୁଖ୍ୟ ୱାସିମ୍ ରିଜୱି କରିଥିବା ଏକ ଆବେଦନକୁ ପାରାଦୀପର ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ତିବ୍ର ବିରୋଧ କରିଛି । “କୁରାନ ପାକ ୨୬ ଆୟତ” ମୁସଲମାନ ଯୁବକଙ୍କ ମଧ୍ୟରେ ଅତଙ୍କବାଦ ଓ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ରିଜୱି କରିଥିବା ଆବେଦନ ବିରୁଦ୍ଧରେ ଟ୍ରଷ୍ଟ ପକ୍ଷରୁ ବିରୋଧ କରାଯାଇ ତାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ସଭାପତି ତଥା ପାରାଦୀପ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ଅବଦୁଲ ଆବିଦ୍ ଖାନ୍ ଙ୍କ ନେତୃତ୍ୱରେ ଥାନା ଛକରୁ ଏକ ଶୋଭାଯାତ୍ରା ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କୁ ମହାମହିମ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରିଜୱିଙ୍କ ଉପରେ ଦୃଢ କାଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବିପତ୍ର ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ସମେତ ପାରାଦୀପଗଡ ଓ କୁଜଙ୍ଗ ଅଂଚଳର ଶତାଧିକ ମୁସଲମାନ ଭାଇ ମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *