Sunday , June 20 2021
Home / ବିଶେଷ / ଆଗାମୀ ଓଡିଶା ପକ୍ଷରୁ ଗୋପବନ୍ଧୁଙ୍କ ଜିଲ୍ଲାସ୍ତରିୟ ୯୧ ତମ ଶ୍ରାଦେ୍ଧାତ୍ସବ

ଆଗାମୀ ଓଡିଶା ପକ୍ଷରୁ ଗୋପବନ୍ଧୁଙ୍କ ଜିଲ୍ଲାସ୍ତରିୟ ୯୧ ତମ ଶ୍ରାଦେ୍ଧାତ୍ସବ

ଉତ୍କଳମଣୀ ଗୋପବନ୍ଧୁ ଙ୍କ ଅନିର୍ବାଣ ଆଲୋକ ଓଡିଆ ଜାତିକୁ ଚିରଦିନ ଆଲୋକିତ କରୁଥିବ
ରଘୁନାଥପୁର, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)-ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଆନୁକୂଲ୍ୟରେ ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରଘନାଥପୁର ପ୍ରୋଜେକ୍ଟ ପାଇଲଟ ଉ.ପ୍ରା ବିଦ୍ୟାଳୟ ସଭାକକ୍ଷରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ୯୧ ତମ ଶ୍ରାଦେ୍ଧାତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଶତାଧିକ ଗୋପବନ୍ଧୁ ପ୍ରେମୀ, ଜନସାଧାରଣ ଗହଣରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ୭ ଘଟିକା ସମୟରେ ପ୍ରଥମେ ମହାନଦୀର ଶିର୍ଲୋସ୍ଥିତ ପାଣ୍ଡବ ଘାଟଠାରେ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା ଏବଂ ରଘୁନାଥପୁର ଆଗାମୀ ଓଡିଶା କାର୍ଯ୍ୟାଳୟ ତଥା ମହାତ୍ମାଗାନ୍ଧୀ ସଭା ଗୃହ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ସଭାକକ୍ଷରେ ଅନୁଷ୍ଠିତ ଏହି ଶ୍ରାଦେ୍ଧାତ୍ସବକୁ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଭାରତ ସରକାରଙ୍କ ଅବସରପ୍ରାପ୍ତ ଉପମୁଖ୍ୟ ଶ୍ରମ କମିଶନର ତଥା ପରିବେଶବିତ୍ ଡ.ପ୍ରଦିପ୍ତ କୁମାର ରଥ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହେବା ଏକାନ୍ତ ଆବଶ୍ୟକ । ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଲେ ସେମାନଙ୍କ ପାଖରେ କୌଣସି କାର୍ଯ୍ୟ ଅସମ୍ଭବ ରହିବ ନାହିଁ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଜାତୀୟ ଯୁବ ପୁରସ୍କାର ବିଜେତା ଇଂ ପ୍ରକାଶ ଚନ୍ଦ୍ର ଜେନା ଯୋଗଦେଇ ଗୋପବନ୍ଧୁ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି । ତାଙ୍କୁ ଭାରତ ରତ୍ନ ଦିଆଯିବକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ପରିବେଶବିତ୍ ତଥା ଏସଏମଏସ ଗ୍ରୁପ ଅବସରପ୍ରାପ୍ତ ଉପସଭାପତି ମନୋରଂଜନ ମିଶ୍ର ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସେବା ଓ ତ୍ୟାଗର ମୂର୍ତିମନ୍ତ ପ୍ରତିକ ଥିଲେ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଆଲାହାବାଦ ବ୍ୟାଙ୍କର ଅବସରପ୍ରାପ୍ତ ଚିଫ ପରସନାଲ ମ୍ୟାନେଜର ରଘୁନାଥ ପୃଷ୍ଟି ଯୋଗଦେଇ ବର୍ତମାନ ଅବକ୍ଷୟ ମୁଖୀ ଦିଗରେ ସମାଜ ଅଗ୍ରସର ହୋଇଥିବାରୁ ପୂଜ୍ୟପୂଜା ପ୍ରତି ଯୁବସମାଜ ଦୂରେଇ ଯାଉଥିବା ବେଳେ ଆଗାମୀ ଓଡିଶାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନା ଯୋଗଦେଇ ଗୋପବନ୍ଧୁଙ୍କ ଜୀବନିକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପଢିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ଡାଇରେକ୍ଟର ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ କେବଳ ଉତ୍କଳରମଣୀ ନୁହନ୍ତି ସେ ଥିଲେ ବିଶ୍ୱର ମଣି ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ଅର୍ନିବାଣ ଆଲୋକ ଓଡିଆ ଜାତିକୁ ଚିରଦିନ ଆଲୋକିତ କରୁଥିବ ବୋଲି କହିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ସ୍ୱାମୀ ଅରୁପାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନରହରି ମିଶ, ପଣ୍ଡିତ ଶୀବତ୍ସ ଦାସ ମହାପାତ୍ର, ଶିକ୍ଷାବିତ ବାବାଜୀ ଚରଣ ସାହୁ,ଏନସିସି ଅଫିସର ରାଜକିଶୋର ସାହୁ, ପଣ୍ଡିତ ପ୍ରଭାତ କିରଣ ମିଶ୍ର,ସମାଜସେବୀ ଅଶୋକ କୁମାର ଦାସ,ସାମ୍ବାଦିକ କଲ୍ୟାଣ ସେନ,ସିଆରସିସି ଭାସ୍କର ଚନ୍ଦ୍ର ମୁଦୁଲି ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କର ଜନ୍ମ ଓ ଶ୍ରାଦ୍ଧ ଦିବସରେ ସରକାର ଛୁଟି ଘୋଷଣା କରିବାକୁ ଦାବି କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ଦ୍ୱିବେଦୀ ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ଶିକ୍ଷକନେତା ନିର୍ମଳେନ୍ଦୁି ସୋମ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଶିକ୍ଷକନେତା ଜୟପ୍ରକାଶ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବରିଷ୍ଠ ଆଇନୀଜିବି ଏମ୍ଏନ୍ହର୍ଷବର୍ଦ୍ଧନ, ଶିକ୍ଷୟତ୍ରୀ ପ୍ରମୋଦିନୀ ଚଇନି, ଶିକ୍ଷକ ରାକେଶ କୁମାର ବେଉରା, ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ସାହାଣୀ, ଶିକ୍ଷୟତ୍ରୀ ସୌଭାଗୀନି ବେଉରା, ସୁଷମା ଦଳାଇ, ତପତି ରାଣୀ ଦାସ, ସଂଯୁକ୍ତା ଶତପଥୀ, ପ୍ରଶାନ୍ତ ପାଲ,ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ,ସମାଜସେବୀ ବିଜନ ମହାପାତ୍ର,ଆଗାମୀ ଓଡିଶା ସମ୍ପାଦକ ଆଶିଷ ଚକ୍ରବର୍ତୀ ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ଏହି ଅବସରରେ ପରିବେଶବିତ ଇଂ ପ୍ରକାଶ ଜେନାଙ୍କୁ ସମାଜ ଗୌରବ ସମ୍ମାନରେ ସମ୍ମାନୀତ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଅଭୟ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *