Wednesday , June 23 2021
Breaking News
Home / ସ୍ୱାସ୍ଥ୍ୟ / ଆଉ ୮୩୮୬ ଜଣ ନୂତନ କରୋନା  ସଂକ୍ରମିତ ଚିହ୍ନଟ – ୧୦ ମୃତ

ଆଉ ୮୩୮୬ ଜଣ ନୂତନ କରୋନା  ସଂକ୍ରମିତ ଚିହ୍ନଟ – ୧୦ ମୃତ

ଭୁବନେଶ୍ୱର,୨୮/୦୪/୨୦୨୧(ଓଡ଼ିଶା ସମାଚାର)- କାୟା ମେଲାଉଛି କରୋନା । ପୁଣି କହଳା ବାଛୁରୀ ଡ଼ିଆଁ ମାରିଲା ଭଳି ଆଜି ପୁଣି ଦୈନିକ ସଂଙ୍କ୍ରମଣ ସଂଖ୍ୟା ଡ଼ିଆଁ ମାରିଛି ୮ ହଜାର ଉପରକୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୩୮୬ ଜଣ ନୂତନ କରୋନା  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୮୧ ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୩୬୦୫ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୪୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୨ଜଣ, ବରଗଡ଼ ଜିଲ୍ଲାରୁ ୨୫୭ଜଣ, ଭଦ୍ରକ ଜିଲ୍ଲାରୁ ୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫୮ଜଣ, ବୌଦ୍ଧ ଜିଲ୍ଲାରୁ ୮୩ଜଣ, କଟକ ଜିଲ୍ଲାରୁ ୪୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ଜଣ, ଗଜପତି ଜିଲ୍ଲାରୁ ୯୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ, ଯାଜପୁର ଜିଲ୍ଲାରୁ ୨୭୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୩୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୬ଜଣ, କନ୍ଧମାଳ ଜିଲ୍ଲାରୁ ୫୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୮ଜଣ, ନୟାଗଡ଼ ଜିଲ୍ଲାରୁ ୧୨୨ଜଣ, ନୂଆପଡ଼ା ଜିଲ୍ଲାରୁ ୨୩୩ଜଣ, ପୁରୀ ଜିଲ୍ଲାରୁ ୨୫୯ଜଣ, ରାୟଗଡ଼ା ଜିଲ୍ଲାରୁ ୭୫ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୭ଜଣ, ସୋନପୁର ଜିଲ୍ଲାରୁ ୬୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୩୩ଜଣ, ଷ୍ଟେଟ୍ ପୁଲ୍ ରୁ ୩୪୮ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫ କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୩ଜଣ, ରାୟଗଡ଼ା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ, ବୌଦ୍ଧ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୭୧୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୨୦୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୫୫୨୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।  ବର୍ତମାନ  ସୁଦ୍ଧା ରାଜ୍ୟରେ ୯୯୯୭୧୪୦ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପୃଥକ ଶ୍ୱାସକି୍ରୟା ସଂକ୍ରମଣ ୱାର୍ଡର ଭୁମିପୂଜନ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କୋଭିଡ୍-୧୯ ଦ୍ୱିତୀୟ ତରଙ୍ଗ ଦୃଷ୍ଟିରୁ କରୋନା ସଂକ୍ରମିତ ରୋଗିଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ …

Leave a Reply

Your email address will not be published. Required fields are marked *