Saturday , June 19 2021
Breaking News
Home / ତାଜା ଖବର / ଆଉ ୭୦୦୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣ ଙ୍କ ମୃତ୍ୟୁ

ଆଉ ୭୦୦୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୦୬/୦୬/୨୦୨୧(ଓଡ଼ିଶା ସମାଚାର/ ଜ୍ୟୋତିସ୍ମିତା ପଣ୍ଡା)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୦୦୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୨୧ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୩୦୮୧ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତିତ । ଅନୁଗୁଳ ଜିଲ୍ଲାରୁ ୩୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩୧ଜଣ, ବରଗଡ଼ ଜିଲ୍ଲାରୁ ୧୧୭ଜଣ, ଭଦ୍ରକ ଜିଲ୍ଲାରୁ ୨୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୯ଜଣ, ବୌଦ୍ଧ ଜିଲ୍ଲାରୁ ୧୩୪ଜଣ, କଟକ ଜିଲ୍ଲାରୁ ୭୭୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୬ଜଣ, ଗଜପତି ଜିଲ୍ଲାରୁ ୪୮ଜଣ, ଗଞ୍ଜାମ ଜିଲ୍ଲାରୁ ୭୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୪୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦୩ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧୬୭ଜଣ, କୋରାପୁଟ ଜିଲ୍ଲାରୁ ୧୫୮ଜଣ, ମାଲକାନଗିରି ଜିଲ୍ଲାରୁ ୯୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୮ଜଣ, ନୟାଗଡ଼ ଜିଲ୍ଲାରୁ ୧୯୬ଜଣ, ନୂଆପଡ଼ା ଜିଲ୍ଲାରୁ ୨୮ଜଣ, ପୁରୀ ଜିଲ୍ଲାରୁ ୩୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୨୨୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ସୋନପୁର ଜିଲ୍ଲାରୁ ୫୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪୩ଜଣ, ଷ୍ଟେଟ୍ ପୁଲ୍ ରୁ ୨୦୭ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୦୯୬ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି, ଝାରସୁଗୁଡାରୁ ୩ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଜଗତସିଂହପୁର, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରୁ ୨ ଲେଖାଏଁ ରହିଥିବା ବେଳେ ପୁରୀ, ନୂଆପଡା, ମାଲକାନଗିରି, କନ୍ଧମାଳ, ଯାଜପୁର, ଗଞ୍ଜାମ, ବରଗଡରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୩୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୩୨୦୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୯୯୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୭୮୦୩୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ୧୨୧୮୩୧୧୬ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *