Saturday , July 31 2021
Breaking News
Home / ତାଜା ଖବର / ଆଉ ୨୬୦୨ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ – ସର୍ବାଧିକ ୫୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଆଉ ୨୬୦୨ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ – ସର୍ବାଧିକ ୫୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୦୭/୦୭/୨୦୨୧(ଓଡ଼ିଶା ସମାଚାର/ଲିପ୍ସା ମିଶ୍ର)-  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୬୦୨ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ  ହୋଇଥିବା ବେଳେ ୧୧୦୭ ଜଣ ସ୍ଥାନୀୟ ସଂଙ୍କ୍ରମିତ  ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୪ଜଣ, ବରଗଡ଼ ଜିଲ୍ଲାରୁ ୧୩ଜଣ, ଭଦ୍ରକ ଜିଲ୍ଲାରୁ ୯୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ଜଣ, ବୌଦ୍ଧ ଜିଲ୍ଲାରୁ ୩୯୭ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୩ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୮୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୬ଜଣ, କଳାହାଣ୍ଡି ଜିଲ୍ଲାରୁ ୯ଜଣ, କନ୍ଧମାଳ ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୨୯ଜଣ, କୋରାପୁଟ ଜିଲ୍ଲାରୁ ୩୨ଜଣ, ମାଲକାନଗିରି ଜିଲ୍ଲାରୁ ୩୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ନୟାଗଡ଼ ଜିଲ୍ଲାରୁ ୬୨ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୭୪ଜଣ, ରାୟଗଡ଼ା ଜିଲ୍ଲାରୁ ୩୩ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ଜଣ, ସୋନପୁର ଜିଲ୍ଲାରୁ ୧୭ଜଣ, ସୁନ୍ଦରଗଡ଼ ଜିଲ୍ଲରାୁ ୬୪ଜଣ, ଷ୍ଟେଟ ପୁଲ୍ ରୁ ୧୦୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୯୭୮୮କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ରେକର୍ଡ଼ କରାଯାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୦ଜଣ, ବରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୫ଜଣ ରହିଛନ୍ତି । ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼,ଗଞ୍ଜାମ ଜିଲ୍ଲାରୁ ୪ଜଣ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁର ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି କଟକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଅନୁଗୁଳ , ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୯୭୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୯୭୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୮ କୁ ବୃଦ୍ଧିପାଇଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି ।  ଆଉ   ୨୮୦୧୫ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୪୨୬୩୧୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୨ଟି ହୁଇଲ ଚେୟାର ଦାନ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)-  ଭିଗାର୍ଡ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହୁଇଲ ଚେୟାର ଦାନ କରାଯାଇଛି । …

Leave a Reply

Your email address will not be published. Required fields are marked *