Saturday , July 31 2021
Breaking News
Home / ତାଜା ଖବର / ଆଉ ୧୧,୦୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ- ୩୨ ମୃତ

ଆଉ ୧୧,୦୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ- ୩୨ ମୃତ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧,୦୫୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪,୮୬୬ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୦୦ଜଣ, ବରଗଡ଼ ଜିଲ୍ଲାରୁ ୩୬୭ଜଣ, ଭଦ୍ରକ ଜିଲ୍ଲାରୁ ୩୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୬ଜଣ, ବୌଦ୍ଧ ଜିଲ୍ଲାରୁ ୨୬୧ଜଣ, କଟକ ଜିଲ୍ଲାରୁ ୧୧୩୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫୧ଜଣ, ଗଜପତି ଜିଲ୍ଲାରୁ ୬୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୫ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩୦ଜଣ, ଯାଜପୁର ଜିଲ୍ଲାରୁ ୫୬୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨୮ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୭ଜଣ, କନ୍ଧମାଳ ଜିଲ୍ଲାରୁ ୧୦୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୧୦ଜଣ, କୋରାପୁଟ ଜିଲ୍ଲାରୁ ୧୭୫ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୬୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨୨ଜଣ, ନୟାଗଡ଼ ଜିଲ୍ଲାରୁ ୨୪୬ଜଣ, ନୂଆପଡ଼ା ଜିଲ୍ଲାରୁ ୪୪ଜଣ, ପୁରୀ ଜିଲ୍ଲାରୁ ୪୩୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୭୯ଜଣ, ସୋନପୁର ଜିଲ୍ଲାରୁ ୨୦୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨୯ଜଣ, ଷ୍ଟେଟ୍ ପୁଲ୍ ରୁ ୨୦୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ ହୋଇଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ଅନ୍ୟପଟେ ନବରଙ୍ଗପୁର , ପୁରୀ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୦୩୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୯୬୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ରେ ପହଞ୍ଚିଥିବା ବେଳେ କରୋନା ଆକ୍ରାନ୍ତ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ରହିଛି । ଆଉ ୧୧୧୨୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୩୭୫୦୭୬ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୫୫୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ , ୬୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୩୦/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୫୫୮ ଜଣ ନୂତନ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *