Friday , June 25 2021
Breaking News
Home / ଶିକ୍ଷା / ଆଇବିଏମ ଝିଅ ମାନଙ୍କ ପାଇଁ ଷ୍ଟେମ ଆରମ୍ଭ କରିବାକୁ ଓଡି଼ଶା ସରକାରଙ୍କ ସହିତ ଏମଓୟୁ ହସ୍ତାକ୍ଷର କରିଛନ୍ତି

ଆଇବିଏମ ଝିଅ ମାନଙ୍କ ପାଇଁ ଷ୍ଟେମ ଆରମ୍ଭ କରିବାକୁ ଓଡି଼ଶା ସରକାରଙ୍କ ସହିତ ଏମଓୟୁ ହସ୍ତାକ୍ଷର କରିଛନ୍ତି

ଭୁବନେଶ୍ୱର, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-: ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଙ୍ଗ ଏବଂ ଗଣିତ (ଷ୍ଟେମ) ଆଦି କ୍ଷେତ୍ରରେ ୨୦,୦୦୦ଛାତ୍ର ଏବଂ ୧୦,୦୦୦ ପୁଅଙ୍କର କୌଶଳ ଏବଂ କ୍ୟାରିୟର ବୃଦ୍ଧି କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୧୦୦+ଉଚ୍ଚ ମାଧ୍ୟମିକ ସ୍କୁଲରେ ‘ଝିଅମାନଙ୍କ ପାଇଁ ଆଇବିଏମ ଷ୍ଟେମ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଓଡି଼ଶା ସରକାରଙ୍କ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ସହିତ ଏକ ବୁଝାମଣା ଜ୍ଞାପନ (ଏମଓୟୁ) ହସ୍ତାକ୍ଷର କରିଛି ବୋଲି ଆଇବିଏମ) ଆଜି ଘୋଷଣା କରିଛନ୍ତି । ଷ୍ଟେମ କ୍ୟାରିୟରରେ ଝିଅ ଏବଂ ମହିଳା ମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଏହି ସହଯୋଗ ଆଇବିଏମ ଏବଂ ଭାରତୀୟ ରାଜ୍ୟ ସରକାର ମାନଙ୍କ ମଧ୍ୟରେ ତିନି ବର୍ଷିଆ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ଅଟେ ।
କ୍ଲାଉଡ ଏବଂ ଏଆଇ ଭଳି ସୃଷ୍ଟି ହେଉଥିବା ପ୍ରଯୁକ୍ତି ବିଦ୍ୟାର ତ୍ୱରଣ ସହିତ ଭାରତରେ ଏକ ଉଚ୍ଚତର ଯୋଗ୍ୟ କାର୍ଯ୍ୟବଳର ଦାବି ତ୍ୱରିତ ଗତିରେ ବୃଦ୍ଧି ପାଇଛି । ପ୍ରଦ୍ୟୋଗିକ କ୍ଷମତା ସହିତ ଜୀବନ ଏବଂ ଆତ୍ମ-ବୋଧନ କୌଶଳ ନିର୍ମାଣ କରିବା ପାଇଁ ‘ଝିଅମାନଙ୍କ ପାଇଁ ଆଇବିଏମ ଷ୍ଟେମ’ କାର୍ଯ୍ୟକ୍ରମରେ ଏକ ବ୍ୟାପକ ଦୃଷ୍ଟିକୋଣର ବିଶେଷତା ରହିଛି ।
ଆଇବିଏମ କର୍ପୋରେଟ ସାମାଜିକ ଦାୟିତ୍ୱର ଏକ ପ୍ରାରମ୍ଭ ଭାବରେ ‘ଝିଅମାନଙ୍କ ପାଇଁ ଷ୍ଟେମ’ର ପ୍ରାଥମିକ ଲକ୍ଷ୍ୟ ହେଲା ସରକାରୀ ସ୍କୁଲରେ ପଢୁଥିବା ଝିଅମାନଙ୍କ ପାଇଁ ଶିକ୍ଷା-ରୁ-କାର୍ଯ୍ୟ ଏବଂ କ୍ୟାରିୟରରେ ସେମାନଙ୍କର ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟ ସହିତ ୨୧ତମ ଶତାଦ୍ଦୀ କୌଶଳ ଓ କ୍ୟାରିୟର ବିକାଶ ଆଦି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି ।
“ଦେଶରେ ବର୍ତମାନ କୌଶଳ ବ୍ୟବଧାନ ଉପରେ ସମ୍ବୋଧନ କରିବା ଏବଂ ଆମର ଭବିଷ୍ୟତ କାର୍ଯ୍ୟବଳ ଉପରେ ନିବେଶ କରିବାକୁ ସଂପୂର୍ଣ୍ଣ ପାରିବେଶିକ ପ୍ରଣାଳୀ ଏକାଠି ଆସିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆଇବିଏମ ସହିତ ଆମର ସହଯୋଗ ଭବିଷ୍ୟତର ଚାକିରି ପାଇଁ ଠିକ କୌଶଳରେ ଛାତ୍ରମାନଙ୍କୁ ସଜ୍ଜିତ କରିବ ଏବଂ ଏକ ବିବିଧ କାର୍ଯ୍ୟବଳକୁ ପ୍ରତିନିଧିତ୍ୱ କରିବ ।” ଶ୍ରୀମତୀ ଚିତ୍ରା ଅରୁମୁଗମ, ସରକାରଙ୍କ ଆୟୁକ୍ତ-ସହିତ-ସଚିବ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ଭୁବନେଶ୍ୱର, କହିଥିଲେ ।
“ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ଭାରତର ପ୍ରତିଭା ଆଧାର ପ୍ରତିସ୍ପର୍ଦ୍ଧା କରିବା ଆମେ ଚାହୁଁଥିଲେ ସେମାନଙ୍କ କୌଶଳ ବୃଦ୍ଧି କରିବା ଅନିବାର୍ଯ୍ୟ ଅଟେ । ଓଡି଼ଶା ସରକାରଙ୍କ ସହିତ ଆମର ସହଯୋଗ ବଜାର ପରିବର୍ତନ ଏବଂ ଉଦ୍ୟୋଗ ଆବଶ୍ୟକତା ସହିତ ବୃହତର ତାଳମେଳ ରକ୍ଷା କରିବା ପାଇଁ ଛାତ୍ରମାନଙ୍କୁ ସାହାଯ୍ୟ କରିବ । ଛାତ୍ରମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଏବଂ ପ୍ରତିଭା ଗୁଚ୍ଛ ବୃଦ୍ଧି କରିବା ପାଇଁ ଆଇବିଏମ ଅଗ୍ରଣୀ ରହି ଆସିଛି ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ନିବେଶ କରୁଛି,” ରୁମି ମଲ୍ଲିକ ମିତ୍ର, ଲିଡର, କର୍ପୋରେଟ ସୋଶଲ ରିସ୍ପନସବିଲିଟି, ଆଇବିଏମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କହିଥିଲେ ।
ଏହି ବର୍ଷ ମାର୍ଚ୍ଚରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଙ୍ଗ ଏବଂ ଗଣିତ (ଷ୍ଟେମ) ଆଦି କ୍ଷେତ୍ରରେ ୨୦୦,୦୦୦ରୁ (୨ଲକ୍ଷ) ଅଧିକ ଛାତ୍ରୀଙ୍କର କୌଶଳ ଏବଂ କ୍ୟାରିୟର ଆଗକୁ ନେବା ପାଇଁ ଆଇବିଏମ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ନିୟୋଜନ କରିଥିଲେ । ତିନି ରାଜ୍ୟ ସରକାର କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସହିତ ଚୁକ୍ତି ସ୍ୱାକ୍ଷର ଦ୍ୱାରା ସହଯୋଗ ଆରମ୍ଭ ହୋଇଥିଲା ଅନ୍ୟାନ୍ୟ ଅନେକ ରାଜ୍ୟରେ ବ୍ୟାପକ କରିବା ପାଇଁ ଯୋଜନା କରାଯାଇଛି । ଆଗାମୀ ମାସ ଗୁଡିକରେ ଶତାଧିକ ଅଧିକ ସ୍କୁଲକୁ ଏହି କାର୍ଯ୍ୟକ୍ରମ ନାମାଙ୍କନ କରିବ ।
ଭାରତରେ ଆଇବିଏମ’ର ନୂତନ କଲାର କୌଶଳ ପ୍ରାରମ୍ଭରେ ମଧ୍ୟ ଅନ୍ତର୍ଭୁକ୍ତ:
୧ . ଆଗାମୀ ତିନି ବର୍ଷରେ ୫୦ଟି ସଂପୂର୍ଣ୍ଣ ମହିଳା ଆଇଟିଆଇ ସହିତ ୧୦୦ ଉଦ୍ୟୋଗିକ ପ୍ରଶିକ୍ଷଣ ଅନୁଷ୍ଠାନରେ ଉପଲବ୍ଧ ହେବା ଉଦୟମାନ ପ୍ରଯୁକ୍ତି ବିଦ୍ୟାରେ ଏକ ଦୁଇ-ବର୍ଷିଆ ଏଡଭାନ୍ସଡ ଡିପ୍ଲୋମା ପ୍ରୋଗ୍ରାମ କୌଶଳ ବିକାଶ ଓ ଉଦ୍ୟମତା ମନ୍ତ୍ରାଳୟର ସହଯୋଗିତାରେ ସୃଷ୍ଟି କରାଯିବ । କ୍ଲାଉଡ ଏବଂ ଏଆଇ ଭଳି ଉଦୟମାନ କ୍ଷେତ୍ରରେ ସେମାନଙ୍କର ବୋଧାନ ଏବଂ କୌଶଳ ଅଧିକ ଗଭୀର କରିବା ପାଇଁ ସୁଯୋଗ ଦେବାକୁ କିଛି ଛାତ୍ରଙ୍କୁ ଆଇବିଏମ ପାଂଚ ମାସ ପର୍ଯ୍ୟନ୍ତ ଇଂଟର୍ଣ୍ଣସିପ ମଧ୍ୟ ପ୍ରଦାନ କରିବ । ବର୍ତମାନ ଏହି ଶୈକ୍ଷିକ ବର୍ଷରେ ୨ ବର୍ଷିଆ ଡିପ୍ଲୋମା ଆରମ୍ଭ କରିବାକୁ ୪୦ଟି ଆଇଟିଆଇ’କୁ ସୂଚୀବଦ୍ଧ କରାଯାଇଛି ।
୨ . ଭାରତ ସରକାରଙ୍କ ସହ ଆଇବିଏମ’ର ଚାଲିଥିବା ନିୟୋଜନର ଅଂଶ ଭାବରେ ଅଟଳ ଟିଙ୍କେରିଙ୍ଗ ଲେବ ପ୍ରାରମ୍ଭ ମାଧ୍ୟମରେ ଯୁବ ଅଭିନବକଙ୍କୁ ଧ୍ୟନରେ ରଖା ଯାଇଥିବା ଏକ ଅଦ୍ୱିତୀୟ ଏଆଇ-ଚାଳିତ ମେଂଟର ପ୍ଲାଟଫର୍ମରୁ ପ୍ରାୟ ୪,୦୦୦ ମେଂଟର ଏବଂ ୬୦୦,୦୦୦ ମେଂଟିସ ଲାଭନ୍ୱିତ ହେବ । ଆଇବିଏମ ୱାଟସନ କଗ୍ନେଟିଭ ଇଞ୍ଜିନ ଦ୍ୱାରା ବିକଶିତ ପ୍ଲାଟଫର୍ମ ଏହାର ବ୍ୟବହାରକାରୀଙ୍କୁ ବ୍ୟକ୍ତିଗତ ସମର୍ଥନ ପ୍ରଦାନ କରିବା ପାଇଁ ମେଂଟର ଏବଂ ମେଂଟି ମଧ୍ୟରେ କାଥାବାର୍ତାର ନିଘ୍ରାଣି କରିଥାଏ । ପରିବର୍ତନ ମିସନର ରାଷ୍ଟ୍ରୀୟ ମେଂଟରଙ୍କ ସହଯୋଗିତାରେ ଏପର୍ଯ୍ୟନ୍ତ ଆଇବିଏମ ୩୦୦ ଆଇବିଏମୀୟଙ୍କ ସହିତ ୨,୫୦୦ ମେଂଟରଙ୍କୁ ଏହି ପ୍ଲାଟଫର୍ମରେ ପରିଚିତ କରାଇ ସାରିଲାଣି । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ଘେରରେ ଆୟବା ପ୍ରାଥମିକ ବିଦ୍ୟାଳୟ

ଭିତିଭୂମିର ବିକାଶ ଉପରେ ନିର୍ଭର କରେ କୁନି ପିଲାଙ୍କ ଭବିଷ୍ୟତ କେନ୍ଦ୍ରାପଡ଼ା,୧୦/୦୬/୨୦୨୧(ଓଡ଼ିଶା ସମାଚାର)-ସମସ୍ୟା ଘେରରେ ଥିବା ସର୍ବପୁରାତନ ବିଦ୍ୟାଳୟଟିର ଭିତିଭୂମିର …

Leave a Reply

Your email address will not be published. Required fields are marked *