Thursday , June 17 2021
Home / ବିଶେଷ / ଆଇନ ସଚେତନତା ଓ ସାକ୍ଷରତା ଶିବିର

ଆଇନ ସଚେତନତା ଓ ସାକ୍ଷରତା ଶିବିର

ଆନନ୍ଦପୁର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-ଆନନ୍ଦପୁର ତାଲୁକ୍ ଆଇନ ସେବାସମିତି ପକ୍ଷରୁ ଆନନ୍ଦପୁରବ୍ଲକ୍ ଅନ୍ତର୍ଗତ ଶାଳବଣୀର ଗ୍ରାମପଂଚାୟତ ମହାବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର  ଏକ ସଚେତନତା ଓ ସ୍ୱାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ଆୟୋଜନର ମୂଖ୍ୟ ପ୍ରସଙ୍ଗ ଥିଲା ଗ୍ରାମାଚଂଳ ଜନସାଧାରଣଙ୍କୁ ଆଇନ୍ ସମ୍ପର୍କରେ ସଚେତନ କରଇବା ସହିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ଶିକାର ହେଉଥିବା ଉଭୟ ପିଡିତ ଓ ପିଡିତାଙ୍କ ପାଇଁ ନ୍ୟାୟିକ ସୂରକ୍ଷା ଏବଂ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା କ୍ଷତିପୁରଣ ସମ୍ବଦ୍ଧରେ ବିସ୍ତୃତ ବିବରଣୀ । ଆନନ୍ଦପୁର ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ରାଜେଶ ଦାଶଙ୍କ ସଭାପତିତ୍ୱରେ ଆୟୋଜନ ହୋଇଥିବା ଆଇନ୍ ସଚେତନତା ଶିବିରରେ ଅନ୍ୟତମ ଅତିଥି ଭାବେ ଏସଡିଜେଏମ ଶିବାନୀ ଆଚାର୍ଯ୍ୟ, ସବ୍ ଜଜ୍ ଶ୍ରୀମୟୀ ଆଚାର୍ଯ୍ୟ,ଜେଏମଏଫସି ସୂପି୍ରୟା କୁଣ୍ଡୁ,ଘସିପୁରା ଗ୍ରାମ୍ୟନ୍ୟାୟଳୟ ନ୍ୟାୟଧୀଶ ମାନସୀ ପ୍ରଧାନ,ଆନନ୍ଦପୁର ବିଡିଓ ଶୂଭ୍ରବାଳା ବେହେରା ଏବଂ ଆନନ୍ଦପୁର ଓକିଲସଂଘର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏସିଡ୍ ଆକ୍ରମଣରେ ଶିକାର ହେଉଥିବା ଉଭୟ ମହିଳା ଓ ପୁରୁଷମାନେ ବିଶେଷକରି ଶାରରୀକ ଓ ମାନସିକ କ୍ଷେତ୍ରରେ ଅକ୍ରମଣ୍ୟ ହୋଇପଡୁଥିବାର ଦେଖାଯାଉଛି । ଏହି ବର୍ବରୋଚିତ କାଣ୍ଡକୁ ସଚେତନତା ଓ ଦୃଢ ମାନସିକତା ସାହାଯ୍ୟରେ ରୋକାଯାଇପାରିବ । ଏକ ସଭ୍ୟସମାଜରେ ଏସିଡ୍ ଆକ୍ରମଣ ଭଳି ବର୍ବରତା କାର୍ଯ୍ୟକୁ ଉପସ୍ଥିତ ସମସ୍ତ ଅତିଥ ବୃନ୍ଦ ନିଜନିଜ ବକ୍ତବ୍ୟଛଳରେ ନିନ୍ଦା କରିଥିବାର ଦେଖାଯାଇଥିଲା । ଏଥିସହିତ ଏସିଡ ଆକ୍ରମଣରେ ଆକ୍ରମଣକାରୀଙ୍କ ନିମନ୍ତେ ସରକାର ୨୦୧୩ମସିହାରେ ଆଇନର ସଂଶୋଧନକରି ୩୨୬(ଏ) ଓ (ବି) ଜରିଆରେ ଦୃଢ ଦଣ୍ଡବିଧାନ ଯଥା ଅପରାଧୀ ବିରୋଧରେ ସର୍ବନିମ୍ନ ୧୦ବର୍ଷ ଜେଲଦଣ୍ଡ ଓ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରିବା ସହିତ ପ୍ରଭାବିତ ହୋଇଥିବା ପିଡିତାଙ୍କ ନିମନ୍ତେ କ୍ଷତିପୂରଣ ବାବଦକୁ ୮ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରାବଧାନ ରଖିଥିବା ନେଇ ସୂଚନା ଦେଇଛନ୍ତି । ମହାବିଦ୍ୟାଳୟର ଅଧକ୍ଷ ପଦ୍ମନାଭ ମିଶ୍ରଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *