Saturday , June 19 2021
Breaking News
Home / ବିଶେଷ / ଆଇନସେବା ସମିତି ଆନୁକୂଲ୍ୟରେ ଆୟୋଜିତ ୨ ଦିନିଆ ତାଲିମ ଶିବିର ଉଦ୍ଯାପିତ

ଆଇନସେବା ସମିତି ଆନୁକୂଲ୍ୟରେ ଆୟୋଜିତ ୨ ଦିନିଆ ତାଲିମ ଶିବିର ଉଦ୍ଯାପିତ

ଆଠଗଡ, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଆଠଗଡ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ପାରାଲିଗାଲ୍ ସ୍ୱେଚ୍ଛାସେବୀଙ୍କ ପାଇଁ ଆୟୋଜିତ ୨ଦିନିଆ ତାଲିମ ଶିବିର ବୁଧବାର ଉଦ୍ଯାପିତ ହୋଇଯାଇଛି । ମଙ୍ଗଳବାର ଏହି ତାଲିମ ଶିବିରକୁ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ଅମୃତରଞ୍ଜନ ନନ୍ଦ ଉଦ୍ଘାଟନ କରିଥିଲେ ।
ବୁଧବାର ଉଦ୍ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ନନ୍ଦ ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ସୁବିଧାରେ ଆଇନସେବା ଯୋଗାଇବା ଏବଂ ଆଇନ ବିଷୟରେ ପରାମର୍ଶ ଦେବା କ୍ଷେତ୍ରରେ ପାରାଲିଗାଲ୍ ସ୍ୱେଚ୍ଛାସେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ରହିଛି ବୋଲି ଅତିରିକ୍ତ ଜିଲା ଦୌରାଜଜ ଶ୍ରୀ ନନ୍ଦ ପ୍ରକାଶ କରିଥିଲେ । ବରିଷ୍ଠ ଦେୱାନୀ ବିଚାରପତି ଶରତକୁମାର ଜେନା, ଏସଡିଜେଏମ ଶାଶ୍ୱତି ମିଶ୍ର ଏବଂ ଜେଏମଏଫସି ସୌମ୍ୟଶଙ୍କର ମହନ୍ତ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଇନସେବା ସଂସ୍ଥାର ପାରାଲିଗାଲ ସ୍ୱେଚ୍ଛାସେବୀଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ କେଉଁମାନେ ଓ କିପରି ମାଗଣାରେ ଆଇନସେବା ପାଇପାରିବେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଆଇନଜୀବୀ ଅଶୋକକୁମାର ପଟ୍ଟନାୟକ, ପ୍ରଶାନ୍ତକୁମାର ମିଶ୍ର, ସୁଶାନ୍ତ ମିଶ୍ର, ପ୍ରେମାନନ୍ଦ ସେନାପତି, ପ୍ରତାପଚନ୍ଦ୍ର ପଟ୍ଟନାୟକ ଓ ପଦାରବିନ୍ଦ ଜେନା ପ୍ରମୁଖ ୨ଦିନ ଧରି ପାରାଲିଗାଲ ସ୍ୱେଚ୍ଛାସେବୀଙ୍କୁ ତାଲିମଦେବା ଅବସରରେ ସମ୍ବିଧାନରେ ଥିବା ବିଭିନ୍ନ ଆଇନ ସମ୍ପର୍କରେ ବୁଝାଇବା ସହ ଆଇନସେବା ସଂସ୍ଥାର କାର୍ଯ୍ୟଶୈଳୀ ଏବଂ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ୨ଦିନ ଧରି ପ୍ରଶିକ୍ଷଣ ନେଇଥିବା ପାରାଲିଗାଲ୍ ସ୍ୱେଚ୍ଛାସେବୀଙ୍କର ଆଇନସେବା ଏବଂ ବିଭିନ୍ନ ଆଇନ ସମ୍ପର୍କରେ ପ୍ରଶ୍ନ ପଚାରି ବୁଝିଥିଲେ । ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *