Saturday , June 19 2021
Breaking News
Home / କ୍ରୀଡ଼ା / ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ  ପାରାଦୀପ  ର ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ପକ୍ଷ ରୁ କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ।  ଏହି ଉତ୍ସବ ରେ ବେଥାନୀ କନଭେଂଟ ସ୍କୁଲ ର ଉପାଧ୍ୟକ୍ଷା ସିଷ୍ଟର ଆଇରିନ୍, ସିଷ୍ଟର ମାକଡିଲ୍,ପାରାଦୀପ ଲେଡିଜ୍ କ୍ଲବ୍ ର ବରିଷ୍ଟ ସଦସ୍ୟା ପ୍ରିତୀ ଆରତୀ ପରିଜା, ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, କ୍ରିଡା ପ୍ରଶିକ୍ଷକ ନକୁଳ ବେହେରା ଅତିଥି ଯୋଗ ଦେଇଥିଲେ । ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବେଲ୍ଟ ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ର ପରିଚାଳନା ସଂପାଦକ ଆଡଭୋକେଟ୍ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ । ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *