Sunday , June 20 2021
Home / କୃଷି /    ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର 

   ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର 

   ମହାକାଳପଡା,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ମିଳିତ ସହଯୋଗରେ ଆଜି କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତର ଲୁଣାଘେରୀ ଗ୍ରାମରେ ଏକ ମାଗଣାରେ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶବିରରେ ଗ୍ରାମର ଶତାଧିକ ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧପତ୍ର ମାଗଣାରେ ବନ କରାଯାଇଥିଲା । ଗୃହ ପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲା । ମହାକଳପଡା ପ୍ରାଣୀ ଚିକତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସକ ଡଃ.ସ୍ମୃତି ରଂଜନ   ରାଉତ ଉପସ୍ଥିତ ରହି ପ୍ରାଣୀମାନଙ୍କୁ ଚିକିତ୍ସା କରାଇଥିଲେ । ଆଇଏଫଏଫଡିସି ର ରାଜ୍ୟ ସଂଯୋଜକ ତନବିର ନାଶିକ୍ ଖାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ କେନ୍ଦ୍ରପଡା ଜିଲା ଆଇଏଫଏଫଡିସି ର କ୍ଷେତ୍ର ଅଧିକାରିଣୀ ଗିତାଞ୍ଜିଳୀ ପାଇଟାଳ ଓ ଅଜୟ କୁମାର ବଳବନ୍ତରାୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *