Tuesday , June 15 2021
Breaking News
Home / ବିଶେଷ / ଆଇଏଏସ ଅଫିସର ସ୍ତରରେ ବଦଳି

ଆଇଏଏସ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବୁଧବାର ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ବଦଳି କରିଛନ୍ତି । ଏହି ବଦଳିରେ ୧୬ ଜଣ ଆଇଏଏସ ଙ୍କ ସମେତ ଜଣେ ଆଇପିଏସ ଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଅସିତ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏସପି ଠାକୁରଙ୍କୁ ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସିଜେ ବେଣୁଗୋପାଳଙ୍କୁ ରାଜସ୍ୱ ପର୍ସଦ ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ନୀତିନ ଚନ୍ଦ୍ରଙ୍କୁ ସାଧାରଣ ପ୍ରଶାସନ ବିଭାଗ ର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଦେଓରଂଜନ କୁମାର ସିଂ ଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରଂଜନା ଚୋପ୍ରାଙ୍କୁ ଏସସି ଓ ଏସଟି , ପଛୁଆ ବର୍ଗ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଶିଲ ଲୋହାନୀ ଙ୍କୁ ବାଣିଜ୍ୟକର ଟିକସ କମିଶନର ଭାବେ ବଦଳି କରାଯାଇଥିବାବେଳେ ବୀର ବିକ୍ରମ ଯାଦବ ଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆର ରଘୁପ୍ରସାଦ ଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ସହ ଏମଫେଡ଼ ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଶାଳ ଗଗନ ଙ୍କୁ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଥିବାବେଳେ ଭାଷ୍କରଜ୍ୟୋତି ଶର୍ମା ଙ୍କୁ ସାମାଜୀକ ସୁରକ୍ଷା ସଚିବ ଭାବେ ନିଯୁକ୍ତି ମିଳିଛି । କ୍ରିଷ୍ଣନ କୁମାର ଙ୍କୁ ପୁର୍ତ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଉଠା ଜଳସେଚନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଚିନ ରାମଚନ୍ଦ୍ର ଯାଦବ ଙ୍କୁ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଆଇପିଏସ ଅଫିସର ଅରୁଣ ବୋଥ୍ରା ଙ୍କୁ ସେସୁର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *