Monday , June 14 2021
Breaking News
Home / ବିଶେଷ / ଆଇଏଏସ୍ ସ୍ତରରେ ବଦଳି

ଆଇଏଏସ୍ ସ୍ତରରେ ବଦଳି

ଭୁବନେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଏକ ଛୋଟ ଧରଣର ଆଇଏଏସ ସ୍ତରରେ ବଦଳି କରିଛନ୍ତି । କ୍ୱାର୍ଟ ମରାମତି ରେ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଜିଲାପାଳ ରଶ୍ମିତା ପଣ୍ଡାଙ୍କୁ ଦକ୍ଷତା ବିକାଶ କର୍ତୃପକ୍ଷ ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ଙ୍କୁ ଅବସ୍ଥାପିତ କରାଯାଇଛି । ରାଜେଶ ପ୍ରଭାକର ପାଟିଲ ଙ୍କୁ ନିର୍ଦ୍ଦେଶକ ପଂଚାୟତିରାଜ ଓ ପାନୀୟ ଜଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁନ୍ଦରଗଡ଼ ପିଡ଼ି ଡ଼ିଆରଡ଼ିଏ ଭୁମେଶ ବେହେରାଙ୍କୁ ଢ଼େଙ୍କାନାଳ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମନିଷା ବାନାର୍ଜୀଙ୍କୁ ସୋନପୁର ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *