Sunday , June 20 2021
Home / ତାଜା ଖବର /       ଅସୁରବନ୍ଧ କ୍ରୋମାଇଟି ଖଣି ଖାତରୁ ଆଦିବାସୀ ଯୁବକ ଙ୍କ ମୃତଦେହ ଉଦ୍ଧାର

      ଅସୁରବନ୍ଧ କ୍ରୋମାଇଟି ଖଣି ଖାତରୁ ଆଦିବାସୀ ଯୁବକ ଙ୍କ ମୃତଦେହ ଉଦ୍ଧାର

  ଭୁବନ ୦୮/୦୧/୨୦୨୧ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-  ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ  ଅସୁରବନ୍ଧ ମୈାଜାରେ  ରିଅଲ ଈଣ୍ଡିଆ କଂପାନୀ ଦ୍ୱାରା ଖୋଳାଯାଇଥିବା କ୍ରୋମାଇଟି ଖଣି  ଖାତରୁ ଜନୈକ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ପ୍ରାପ୍ତ ଖବରରୁ ପ୍ରକାଶ ଯେ,ନିକଟସ୍ଥ କଂଚନବାହାଳି ଗ୍ରାମର ଦୁର୍ଗା ମୁଣ୍ଡାଙ୍କ ପୁଅ ଗୋପାଳ ମୁଣ୍ଡା  ଆଜକୁ ୩ ଦିନ ହେଲା ନିଖୋଜ ଥିବା ବେଳେ  ଆଜି ସକାଳେ ଖଣି ଖାତରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପ୍ରଥମେ ସରପଂଚ ଚିତ ରଂଜନ ମଲ୍ଲିକ ଓ ପରେ ଭୁବନ ଥାନାକୁ  ଖବର ଦେଇଥିଲେ ।  ଭୁବନ ଥାନା ଏଏସଆଇ ପ୍ରଭାତ ରାଉତ ପହଁଚି  ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୦୧/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ନାନା କଥା ଶୁଣାଯାଉଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *