Tuesday , August 3 2021
Breaking News
Home / ତାଜା ଖବର / ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ ଏକ ଯୋର ବା ସଫେଇ କାହିଁ କେଉଁ ପୁରାତନ କାଳରୁ ପ୍ରବାହିତ ହେଉଥିବା ଦେଖାଯାଏ । ପୁରାତନ କାଳରେ ଯେତେବେଳେ ଗାଁ ଗଣ୍ଡାରେ କୂଅ, ପୋଖରୀ ଓ ନଳକୂନ ନଥିଲା, ସେତେବେଳେ ଏହି “ଅସୁରଖୋଳା” ପାଶ୍ୱର୍ବର୍ତୀ ଅଂଚଳର ଲୋକେ ଦୈନନ୍ଦିନ ନିତ୍ୟକର୍ମ , ଗାଧେଇବା, ପାନୀୟ ଜଳ ଭାବେ ବ୍ୟବହାର କରିବା , ଶୁଦ୍ଧି କ୍ରିୟା କର୍ମ ଠାରୁ ଆରମ୍ଭ କରି ଲୁଗା ସଫା କରିବା, ତେଣ୍ଡା ସାହାଯ୍ୟରେ ଜମିକୁ ପାଣି ମଡ଼ାଇ ଚାଷ କରିବା , ଗୃହପାଳିତ ପଶୁ ଯଥା: ଗାଈ, ମଇଁଷି ଆଦିଙ୍କୁ ଗାଧେଇଦେବା ଆଦି ସବୁ କାର୍ଯ୍ୟ ଏହି “ଅସୁରଖୋଳା”ରେ କରାଯାଉଥିଲା । ବର୍ତମାନ ଏହି “ଅସୁରଖୋଳା” ଦଳପୂର୍ଣ୍ଣ ହୋଇଯାଇଛି । ଫଳରେ ଏହାର ପାଣି ବିଷାକ୍ତ ହୋଇଯିବା ସହିତ ଏହି ଦଳରେ ମଶା, ବିଷଧର ସର୍ପ ଓ ବିଭିନ୍ନ ପ୍ରକାର ପୋକ ଯୋକ ଘର କରିଛନ୍ତି । ଏମାନେ ଅନେକ ସମୟରେ ପାଶ୍ୱର୍ବର୍ତୀ ଅଂଚଳର ଲୋକମାନଙ୍କ ଘରେ ବସିଯାଉଛନ୍ତି , ଯାହାକି ଅତ୍ୟନ୍ତ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ଏହି “ଅସୁରଖୋଳା” ର ବଡ଼ ବଡ଼ ଚିତଳ ମାଛ ପ୍ରସିଦ୍ଧ ଲାଭ କରିଥିଲା ହେଲେ ଏବେ ଆଉ ମାଛ ବିଶେଷ ନାହାନ୍ତିି । ପାଣି ବିଷାକ୍ତ ହୋଇଯିବା ଫଳରେ ମାଛ ସବୁ ମରିଯାଉଛନ୍ତି । ଏହାର ପାଣି ବିଷାକ୍ତ ହେବା ଯୋଗୁ ଏହି ପାଣିରେ ଗାଧେଇଲେ ଦେହ ହାତ ସବୁ ଫଳିଯାଉଛି । ମହାନଦୀରେ ଖରାଦିନେ ପାଣି ଆସୁନଥିବାରୁ ସୁଖିଲା ପଡ଼ୁଛି ତେଣୁ ବେଳହୁଁ ଏହି “ଅସୁରଖୋଳା” ର ଦଳ ସମ୍ପୂର୍ଣ୍ଣ ଭାବେ ସଫେଇ କରି ଏହାର ପୁନରୁଦ୍ଧାର କରାନଗଲେ ନଳକୂପର ଜଳସ୍ଥର କମିଯାଉଥିବାରୁ ନିକଟ ଭବିଷ୍ୟତରେ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି । ଏସବୁ କୁ ଦୃଷ୍ଟିରେ ରଖି କଟକ ସଦର ଓ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେଣ୍ଡାକୁଡ଼ା ଓ ମଣିଜଙ୍ଗ ଗ୍ରାମ ପଂଚାୟତର କିଛି ଯୁବ ଗୋଷ୍ଠି “ଅସୁରଖୋଳା” ର ପୁନରୁଦ୍ଧାର ପାଇଁ ଅନ୍ଟା ଭିଡ଼ିଛନ୍ତି । ଏମାନେ ଆଗରେ ଥିବାବେଳେ ବହୁ ଜ୍ଞାନୀ, ଗୁଣି, ବୁଦ୍ଧିଜିବୀ ପଛରେ ରହି ପ୍ରେରଣା ଯୋଗାଇବା ସହିତ ପରାମର୍ଶ ଦେଉଛନ୍ତି । ଏଥିପାଇଁ “ଅସୁରଖୋଳା ଆମ ଜୀବନ ଧାରା” ଏକ ଗୃପ୍ ଗଠନ କରି ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରି ଏହାର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି । ପ୍ରାଥମିକଭାବେ ଆଲୋଚନା ପାଇଁ କୋଭିଡ଼ ଗାଇଡ଼ ଲାଇନ୍ ମଧ୍ୟରେ ଜୟତଳଙ୍ଗ ଗ୍ରାମର ଉଦୀୟମାନ ଯୁବକ ଲକ୍ଷ୍ମୀକାନ୍ତ ଦାଶଙ୍କ ଆବାହକତ୍ୱରେ ଏକ ଆଲୋଚନା ଗତ ରବିବାର ଆଳିଜଙ୍ଗା ଠାରେ “ଅସୁରଖୋଳା” ନିକଟରେ ହୋଇଥିଲା ଓ କେତେକ ସ୍ଥାନ ପରିଦର୍ଶନ କରି ଅବସ୍ଥା ସମସ୍ତେ ଦେଖିଥିଲେ । ମଣିଜଙ୍ଗ ପଂଚାୟତର ସରପଂଚ ଙ୍କ ପ୍ରତିନିଧି ସର୍ବେଶ୍ୱର ନାୟକ, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ବେଉରା, ମିର ଗୋଲାମ ଜିଲାନୀ, ସୁବାସ କୁମାର ବେଉରା,କୈଳାଶ ସ୍ୱାଇଁ,ସୁକାନ୍ତ କୁମାର ନାୟକ,ସ୍ୱରୂପ ମହାନ୍ତି,ପ୍ରତାପ ପାଣି,କାର୍ତିକ ଚନ୍ଦ୍ର ବେଉରା,ଅରୁଣ କୁମାର ମହାପାତ୍ର, ଦେବରାଜ ମହାନ୍ତି, ମନୋରଂଜନ ମହାନ୍ତି,ସ୍ୱରୁପ ମହାନ୍ତି ପ୍ରମୁଖ ଯୋଗଦେଇ ଅସୁରଖୋଳର ପୁନରୁଦ୍ଧାର ପାଇଁ ଆଲୋଚନାରେ ଭାଗ ନେଇ ମତ ବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *