Wednesday , June 16 2021
Breaking News
Home / ବିଶେଷ / ଅସହାୟ କଲେଜ ଛାତ୍ରୀଙ୍କୁ ସାଇକଲ ପ୍ରଦାନ

ଅସହାୟ କଲେଜ ଛାତ୍ରୀଙ୍କୁ ସାଇକଲ ପ୍ରଦାନ

କେନ୍ଦ୍ରାପଡ଼ା, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଆଳି ବ୍ଲକର  ମହାଦେଇ ପାଟଣା ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ରାମଚନ୍ଦ୍ର ସାହୁଙ୍କ କଲେଜ ପଢୁଆ ଝିଅ ପଦ୍ମାବତୀ ସାହୁକୁ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମନକରପୁର ସ୍ଥିତ ରେସ୍ୱୱା ସ୍ୱେଛାସେବୀ ଅନୁଷ୍ଠାନର  ସେକ ଲିଆକତ ହୋସେନ ଏକ ସାଇକଲ ପ୍ରଦାନ କରିଥିବା ଜଣାପଡିଛି । ଶ୍ରୀ ସାହୁଙ୍କ ଝିଅ ନିଜ ଘର ପାଖରୁ କଲେଜକୁ  ଦୈନିକ ୫-୬କିମି ବାଟ ଚାଲିଚାଲି ଯିବା ଆସିବା କରୁଥିବା ସମ୍ପର୍କରେ ଖବର ପାଇ ସ୍ୱେଛାସେବୀ ହୋସେନ  ତାଙ୍କୁ ଏକ ସାଇକଲ ପ୍ରଦାନ କରିବାକୁ ଇଛାପ୍ରକାଶ  କରିଥିଲେ  । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସଙ୍କ  ଉପସ୍ଥିତିରେ ଏହି ସାଇକଲ ପ୍ରଦାନ କରାଯାଇଥିଲା  । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *