Sunday , June 13 2021
Breaking News
Home / ଶିକ୍ଷା / ଅଶ୍ଳୀଳ ଭିଡିଓ ଛାଡ଼ି କ୍ରୀଡ଼ାଶିକ୍ଷକ ନିଲମ୍ବିତ

ଅଶ୍ଳୀଳ ଭିଡିଓ ଛାଡ଼ି କ୍ରୀଡ଼ାଶିକ୍ଷକ ନିଲମ୍ବିତ

ରଘୁନାଥପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲାଶିକ୍ଷା ବିଭାଗ ପକ୍ଷରୁ ଖୋଲାଯାଇଥିବା ହ୍ୱାଟସ ଆପ  ଗ୍ରୁପରେ ଅଶ୍ଲୀଳ ଭିଡିଓ ଛାଡି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦକ୍ରାମନ୍ଦିରର କ୍ରୀଡ଼ାଶିକ୍ଷକ ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି । ଜଗତସିଂହପୁର ଜିଲାଶିକ୍ଷା ବିଭାଗ ନାମରେ ଖୋଲାଯାଇଥିବା ହ୍ୱାଟସ ଆପ ଗ୍ରୁପରେ ଶ୍ରୀ ମହାନ୍ତି ଅଶ୍ଳୀଳ ଭିଡିଓ ଛାଡିଥିବା ଅଭିଯୋଗ ହେବାପରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତେଣୁ ଶ୍ରୀ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି । ତେବେ ଉକ୍ତ ଗ୍ରୁପ ହ୍ୱାଟସ ଆପ ରେ ଜିଲା ଶିକ୍ଷାଧକାରୀଙ୍କ ଡ୍ରାଇଭର ମଧ୍ୟ ବିଭିନ୍ନ ବେନିୟମ କାର୍ଯ୍ୟ କରିଆସୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ବୁଦ୍ଧିଜୀବୀମହଲରେ ପ୍ରଶ୍ନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *