Tuesday , August 3 2021
Breaking News
Home / ବିଶେଷ / ଅଭିଯୋଗକାରୀଙ୍କୁ ଫୋନ୍ କରି ଫିଡ୍ ବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

ଅଭିଯୋଗକାରୀଙ୍କୁ ଫୋନ୍ କରି ଫିଡ୍ ବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନିଜେ ଶୁଣିବେ ଅଭିଯୋଗ କାରୀଙ୍କ ଫିଡ୍ ବ୍ୟାକ୍ । ମୋ ସରକାର ପୋର୍ଟାଲରେ ପଂଜୀକୃତ ହୋଇଥିବା ନମ୍ବର ମଧ୍ୟର ୧୦ଟିରେ କଲ୍ କରି ମୁଖ୍ୟମନ୍ତ୍ରୀ ଥାନାରେ ପୋଲିସ୍ ଅଧିକାରୀଙ୍କର ସେମାନଙ୍କ ପ୍ରତି ବ୍ୟବହାର ଓ ସେବା ସମ୍ପର୍କରେ ଶୁଣିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ରାଜ୍ୟର୬୩୫ ଥାନାର ଥାନା ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।ପ୍ରଥମେ ଅଭିଯୋଗକାରୀଙ୍କ ମୋବାଇଲନମ୍ବର ମୋ ସରକାର ପୋର୍ଟାଲରେପଂଜୀକରଣ କରାଯିବ । ପଂଜୀକରଣ ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଏସଏମଏସ୍ ଯିବ । ୧୦ ଟିନମ୍ବରକୁ ର୍ୟାଣ୍ଡମ ସିଲେକସନ୍ କରି ଅଭିଯୋଗକାରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଫୋନ୍ କରି କଥାହେବେ । ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ନଥିଲେ ଆତ୍ମୀୟ ମାନଙ୍କ ନମ୍ବର ଦେଇପାରିବେ । ଥାନା ଅଧିକାରୀଙ୍କ ଅବହେଳାରୁ ନମ୍ବର ପଂଜୀକରଣ ନହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏପରିସ୍ଥଳେ ଅଭିଯୋଗକାରୀ ଟୋଲଫ୍ରି ନମ୍ବରକୁ କଲ୍ କରି ଏସଏମଏସ୍ ପାଇପାରିବେ ।ମୋ ସରକାରରେ ଥାନା ଅଧିକାରୀ ଭଲକାମ କଲେ , ଲୋକଙ୍କ ପ୍ରତିକ୍ରିୟା ଥାନାପ୍ରତି ଭଲ ରହିଲେ ସମ୍ପୃୃକ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଆଉଟ୍ ଅଫ୍ଟର୍ଣ୍ଣ ପଦୋନ୍ନତି ଦିଆଯିବ । ପ୍ରତିମାସରେ ଜିଲ୍ଲାସ୍ତରରେ ୫-ଟି ରେ ଭଲକାମ ପାଇଁ ମୋ ସରକାର ପୁରସ୍କାର ଓ ରାଜ୍ୟସ୍ତରରେ ଆନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ଅନୁଷ୍ଠିତ ବୈଠକରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *