Sunday , June 20 2021
Home / ତାଜା ଖବର / ଅଭାବନୀୟ ଘଟଣା : ବନ୍ଦ  ଘର ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର

ଅଭାବନୀୟ ଘଟଣା : ବନ୍ଦ  ଘର ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର

କଟକ, ୧୮/୧୨/୨୦୨୦(ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକ ସହରର  ବିଡ଼ାନାସୀ ଥାନା ଅନ୍ତର୍ଗତ ସେଲ୍ଟର ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ କଲୋନୀର ସି ୩ / ୩ ନମ୍ବର ବନ୍ଦ  ଘର ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀ

ଘର ଭିତରେ ମା’ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିବା ସୂଚନା ମିଳିଛି । ମା’ ଓ ଝିଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଡ଼ାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀ ସାଇଂଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳା ହେଉଛନ୍ତି ବନସ୍ମିତା ଓଝା । ସେ ଜଣେ ବ୍ୟାଙ୍କ କର୍ମଚାରୀ । ଘରେ ସ୍ୱାମୀ ନଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି , ତାହା ବର୍ତମାନ ଅସ୍ପଷ୍ଟ ରହିଛି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *