Monday , June 21 2021
Breaking News
Home / ବିଶେଷ / ଅବହେଳିତ ଅବସ୍ଥାରେ ରହିଯାଇଛି ବିଦ୍ୟାଳୟ ରାସ୍ତା

ଅବହେଳିତ ଅବସ୍ଥାରେ ରହିଯାଇଛି ବିଦ୍ୟାଳୟ ରାସ୍ତା

ଗରଦପୁର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ଅବହେଳିତ ଅବସ୍ଥାରେ ରହିଯାଇଛି ବିଦ୍ୟଳୟକୁ ଯାତାୟତ କରିବା  ରାସ୍ତା । ବର୍ଷା ସମୟରେ ଏହି ମାଟି ରାସ୍ତାଟି କାଦୁଅ ହୋଇଯାଉଥିବାରୁ ଏହି କାଦୁଅ ରାସ୍ତା ମଧ୍ୟ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯାତାୟତ କରିବା ବେଳେ, ବହୁ ସମୟରେ ରାସ୍ତାରେ ପଡିଯାଇ କାଦୁଅ ହେଉଥିବାର ଛାତ୍ରାଭିଭାବକ ମହଲରୁ ଅଭିଯୋଗ ହେଉଛି । ପ୍ରକାଶ ଯେ,ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରହିଛି । ଗ୍ରାମ ଠାରୁ ଅଳ୍ପ ଦୂରରେ ରହିଥିବା ଏହି ବିଦ୍ୟାଳୟକୁ ଯାତାୟତ କରିବା ପାଇଁ ମୂଖ୍ୟ ଆର.ଡି,ରାସ୍ତା ଠାରୁ ପ୍ରାୟ ୫ଶହ ମିଟରର ମାଟି ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ମଧ୍ୟ ଦେଇ ଦୈନିକ ଶିଶୁ ବିଦ୍ୟା ମନ୍ଦିରର ଶତାଧିକ ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିବାବେଳେ, ଛାତ୍ରାଭିଭାବକ ଓ ଗୁରୁଜୀ/ଗୁରୁମା’ମାନେ ମଧ୍ୟ ଯାତାୟତ କରିଥାଆନ୍ତି । ବର୍ଷା ଦିନରେ ଏହି ମାଟି ରାସ୍ତାଟି କର୍ଦ୍ଧମାକ୍ତ ହୋଇ ପଡିବାରୁ ଏହି ମାଟି ରାସ୍ତା ମଧ୍ୟ ଦେଇ ଯାତାୟତ କରିବା କଷ୍ଟକର ହୋଇପଡେ । ଛାତ୍ରଛାତ୍ରୀମାନଙ୍କ ସାଇକେଲ ବିଦ୍ୟାଳୟକୁ ଯିବା ଆସିବା କରିବାରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏହି ରାସ୍ତାକୁ ପ୍ରଶସ୍ତିକରଣ କରାଯିବା ସହିତ ରାସ୍ତାରେ ମେଟାଲ ମୋରମ୍ ବିଛାଇବା ପାଇଁ ଛାତ୍ରାଭିଭାବକ ମହଲରୁ ପ୍ରଶାସନଙ୍କ ନିକଟରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *