Tuesday , June 15 2021
Breaking News
Home / ବିଶେଷ / ଅବସରପ୍ରାପ୍ତ  କର୍ମଚାରୀଙ୍କ  ପଂଚମ ବାର୍ଷିକ ଉତ୍ସବ

ଅବସରପ୍ରାପ୍ତ  କର୍ମଚାରୀଙ୍କ  ପଂଚମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନହଙ୍ଗର ମା ମଙ୍ଗଳାପୀଠରେ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ପଂଚମ ବାର୍ଷିକ ଉତ୍ସବ ରଘୁନାଥ ସିହ୍ନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶହୀଦ ଦିବସ ଅବସରରେ ସର୍ବପ୍ରଥମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ରାମଧୁନ ଗାନ କରାଯାଇଥିଲା । ପରେ ସଂଘର ସମ୍ପାଦକ ଅଭିମନୁ୍ୟ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କରୋନା ଭୟ ଅପସରି ଯାଉଥିବାରୁ ଏଥିନିମନ୍ତେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଅପରିହାର୍ଯ୍ୟ ହୋଇଥିବାରୁ ସଂଘ ପକ୍ଷରୁ ଏଥିନିମନ୍ତେ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସଂଘର ସଭାପତି ଶ୍ରୀ ସିହ୍ନାଙ୍କ ଜୀବନୀ ଉପରେ ଏକ ଡକୁ୍ୟମେଂଟାରୀ ପ୍ରସ୍ତୁତି କରାଯାଉଥିବାରୁ ଏହି ଅବସରରେ ତାଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ଆସନ୍ତା ମାସରେ ଭ୍ରମଣ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା । ଏହି ଉତ୍ସବରେ କ୍ଷୀରୋଦ ଚନ୍ଦ୍ର ସାମଲ, ଗୈାରାଙ୍ଗ ଚରଣ ସାହୁ, ଭିକାରୀ ଚରଣ ନାୟକ, ଦୁର୍ଯେ୍ୟାଧନ ପ୍ରଧାନ, ଯଦୁମଣୀ ସିଂହ, ରବୀନ୍ଦ୍ରନାଥ ମହାନ୍ତି, ସୁରେଶ କୁମାର ଦାସ, ଆର୍ତତ୍ରାଣ ପାତ୍ର, ଗୋଲକ ଚନ୍ଦ୍ର ସାହୁ, ଗୁରୁ ଚରଣ କବି, ନିରଞ୍ଜନ ବିଶ୍ୱାଳ, ରଘୁନାଥ ରାଉତ, ବଂଶୀଧର ବେହେରା, ଭଗବାନ ସାମଲ, ମାୟାଧର ସାହୁ, ଚକ୍ରଧର ସାହୁ, ବିଶ୍ୱନାଥ ବେହେରା, ଦିବାକର ନାୟକ, କୁଞ୍ଜବିହାରୀ ସାହୁ, ରମେଶ ଚନ୍ଦ୍ର ପୃଷ୍ଟି, କୁଞ୍ଜବିହାରୀ ପୋଥାଳ ପ୍ରମୁଖ ସଂଘର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *