Sunday , August 1 2021
Breaking News
Home / ବିଶେଷ / ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ସହ ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ସହ ଜଣେ ଗିରଫ

ବାଲିଗୁଡ଼ା, ୨୮/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରି ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ସୂଚନା ପ୍ରକାରେ ବର୍ତ୍ତମାନ ସମୟରେ ମହାମାରୀ କରୋନା ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ କିଲର କରୋନା ଉତ୍କଟ ରୂପ ଧାରଣ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାରେ ଲକ୍ ଡାଉନ୍, ସଟ୍ ଡାଉନ୍ ଜାରି ରଖିଛନ୍ତି । ଗାଡ଼ି ମୋଟର ଯାତାୟାତ ବନ୍ଦ ରହିଥିବା ବେଳେ ଚୋରା ବେପାରୀ ଏହାର ଫାଇଦା ଉଠାଉଛନ୍ତି । ସାଧାରଣତଃ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚୋରାଚାଲାଣ ଚାଲିଥିବା ବେଳେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା ଏବଂ ସେହି ଟିମ୍ ଆଜି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖମନଖୋଲ ଅଞ୍ଚଳକୁ ଗସ୍ତକରି ଗଞ୍ଜେଇ ଗଛିତ ରଖିଥିବା ଜଣଙ୍କ ଘରେ ଚଢ଼ାଉ କରିଥିଲା ଟିମ୍ । ଘଟଣାସ୍ଥଳରୁ ଦେଢ଼ କୁଇଣ୍ଟାଲ  ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଏସ୍ଆଇ ବିଶ୍ବଜିତ ଦାସ  ସୂଚନା ଦେଇଛନ୍ତି  । ଓଡିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *