Thursday , August 5 2021
Breaking News
Home / ବିଶେଷ / ଅବକାରୀ ବିଭାଗ ଦ୍ୱାରା ୪୫ଲିଟର ଚୋରା ମଦ ଜବତ

ଅବକାରୀ ବିଭାଗ ଦ୍ୱାରା ୪୫ଲିଟର ଚୋରା ମଦ ଜବତ

କେନ୍ଦ୍ରାପଡ଼ା,୨୧/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫ଲିଟର ୪୪୦ମିଲି ଲିଟର ଚୋରା ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶ କ୍ରମେ ଅବକାରୀ ସବଇନସପେକ୍ଟର ସରୋଜ କୁମାର ବାଗଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ କଂସାର ବଡଦାଣ୍ଡୁଆ ଗ୍ରାମର ୩ଜଣ ଚୋରା ମଦ ବେପାରୀ ଅକ୍ଷୟ ମଣ୍ଡଳ, ମାମୁନି ବେରା ଓ ହିମାଂଶୁ ମାନ୍ନାଙ୍କ ଉପରେ ଚଢାଉ କରାଯାଇ ଯଥାକ୍ରମେ ୩୧ଲିଟର ୨ଶହ ମିଲି ଲିଟର ବିଅର, ୭ଲିଟର ୮ଶହ ମିଲି ଲିଟର ବିଅର, ୧ଲିଟର ୪୪୦ମିଲି ଲିଟର ବିଦେଶିମଦ ଓ ୫ଲିଟର ଦେଶିମଦ ଜବତ କରାଯିବା ସହ ଫୌଜଦାରୀ ଆଇନର ୪୧ଧାରାରେ ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ନୋଟିସ ଦିଆଯାଇ ଛାଡିଦିଆଯାଇଥିବା ଅବକାରୀ ସବଇନସପେକ୍ଟର ଶ୍ରୀ ବାଗଙ୍କ ଠାରୁ  ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *