Sunday , June 13 2021
Breaking News
Home / ତାଜା ଖବର / ଅପହରଣ ପରେ ଯୁବକଙ୍କୁ ହତ୍ୟା – ଜଙ୍ଗଲରୁ ପୋଡ଼ା କଙ୍କାଳ ଜବତ

ଅପହରଣ ପରେ ଯୁବକଙ୍କୁ ହତ୍ୟା – ଜଙ୍ଗଲରୁ ପୋଡ଼ା କଙ୍କାଳ ଜବତ

ନିରାକାରପୁର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଦାଜିଲା ବଡ଼ପୋଖରୀଆ ନିକଟ ଜଙ୍ଗଲରୁ ଜଣେ ଯୁବକଙ୍କ ଅଧାପୋଡ଼ା କଙ୍କାଳ ଉଦ୍ଧାର କରାଯାଇଛି । ମୃତ ଯୁବକ ଶରଣକୂଳ ଥାନା କଲ୍ୟାଣପୁର ଗାଁ ର ଏକାଦଶି ପ୍ରଧାନଙ୍କ ପୁଅ ରବି ପ୍ରଧାନ (୨୩) ବୋଲି ଚିହ୍ନଟ କରାଯାଇଛି । ରବି ଙ୍କୁ ଗତ ଜୁନ୍ ୧୪ ତାରିଖରେ ଅପହରଣ କରାଯାଇଥିଲା । ଶରଣକୂଳ ଥାନା ପୋଲିସ୍ ରବି ଙ୍କ ବାପା ଏକାଦଶିଙ୍କ ଅଭିଯୋଗକୁ ଭିତିକରି ତଦନ୍ତ ଜାରି ରଖିଥିଲା । ଆଇଆଇସି କିରଣ ହେମ୍ବ୍ରମ ଙ୍କ ସୂଚନା ଅନୁସାରେ ଅପହରଣକାରୀ ମାନଙ୍କ ମଧ୍ୟରୁ ଜଣକୁ ପୋଲିସ୍ ଧରିବା ପରେ ରବିକୁ ସେମାନେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ସେ ସ୍ୱିକାର କରିଥିଲା । ଗୁଣୁପୁର ଠାରେ ହତ୍ୟା କରି ମୋଟରସାଇକେଲରେ ଆଣି ବଡ଼ ପୋଖରୀଆ ପାଖରେ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ଜଙ୍ଗଲରେ ପକାଇ ଦେଇଥିଲେ । ପରେ ସେମାନେ ଜୁନ୍ ୧୬ ତାରିଖରେ ପୁଣି ସେଠାକୁ ଆସି ଟାୟାର ଜାଳି ନିଆଁ ରେ ପୋଡ଼ିଥିଲେ । ମୃତ ରବିର କିଛି ହାତ, ଖପୁରୀ, ପିନ୍ଧା ସାର୍ଟ କୁ ପୋଲିସ୍ ଜବତ କରିଛି । ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି । ଅପହରଣ ଦିନ ରବି ପିନ୍ଧିଥିବା ସାର୍ଟ ର ପୋଡ଼ା ଅଂଶକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । ଶରଣକୂଳ ଥାନା ଜାମୁଝାଲା ଗାଁ ର ଗିରଫ ବାଳକୃଷ୍ଣ ବରାଳ ଠାରୁ ସମସ୍ତ ତଥ୍ୟ ହାସଲ କରିଥିଲେ । ଏସଡ଼ିପିଓ ଏସଟପୋ,ଶରଣକୂଳ ଆଇଆଇସି କିରଣ ହେମ୍ବ୍ରମ,ନିରାକରାରପୁର ଆଇଆଇସି ଭବାନୀ ଶଙ୍କର ଖୁଂଟିଆ ଗିରଫ ବାଳକୃଷ୍ଣ କୁ ଧରି ଜଙ୍ଗଲରୁ ଅଧାପୋଡ଼ା କଙ୍କାଳ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ପୂର୍ବ ଶତୃତାରୁ ଏହି ସଂଘବଦ୍ଧ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ରଣପୁର ଜେଲ ନିକଟ କରଡ଼ାପଲୀ ରବିକୁ ହତ୍ୟା କରାଯାଇଥିଲା । ପୂର୍ବରୁ ରବି ର ପରିବାରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜାମିନ ରେ ଆସିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *