Sunday , June 13 2021
Breaking News
Home / ବିଶେଷ / ଅପହରଣ ନାଟକ ପରେ ଯୁବକ ଯୁବତୀଙ୍କ ମନ୍ଦିର ରେ ବିବାହ

ଅପହରଣ ନାଟକ ପରେ ଯୁବକ ଯୁବତୀଙ୍କ ମନ୍ଦିର ରେ ବିବାହ

ନିଶ୍ଚିନ୍ତକୋଇଲି,୦୬/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ସ୍ଥାନିୟ ଅଶୁରେଶ୍ଵର କେନାଲ ବନ୍ଧରୁ ଆଜି ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବତୀକୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଯୁବତୀର ବାପା ଓ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତିରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିଲେ ।ମାତ୍ର ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବକ ଯୁବତୀ କେନ୍ଦ୍ରାପଡ଼ା ତିନିମୁହାଣିସ୍ଥିତ ଶ୍ରୀ ରାମ ମନ୍ଦିରରେ ବିବାହ କରିଥିବା ନେଇ ଉଭୟଙ୍କ ଯୁଗଳ ଫଟୋ ଓ ବିବାହ ପ୍ରମାଣ ପତ୍ର ପୋଲିସ ନିକଟକୁ ପଠାଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି। ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *