Tuesday , June 15 2021
Breaking News
Home / ବିଶେଷ / ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁଙ୍କୁ କୁପୋଷଣରୁ ରକ୍ଷା କରିବା

ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁଙ୍କୁ କୁପୋଷଣରୁ ରକ୍ଷା କରିବା

କେନ୍ଦ୍ରାପଡା ୦୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଅପ ପୃଷ୍ଟିର ଶୀକାର ହୋଇଥିବା ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ କୁପୋଷଣ ମୁକ୍ତ କେନ୍ଦ୍ରାପଡା ଶୀର୍ଷକ ଅଭିଯାନ ଗତ ଜୁଲାଇମାସ ୧୬ତାରିଖରୁ ଜିଲ୍ଲାରେ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଏକ ନୂତନ ପ୍ରକାର ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ଏହି ମହତ କାର୍ଯ୍ୟକ୍ରମ ତାଙ୍କରି ପ୍ରତ୍ୟେକ୍ଷ ତଦାରଖରେ ଚାଲିଛି । ଏହି ଉପଲକ୍ଷେ ଗତ ଜୁଲାଇମାସ ୧୬ତାରିଖରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଶିଶୁ ବିକାଶ ଯୋଜନା ଅଧିକାରୀଣୀ,ମହିଳା କ୍ଷେତ୍ର ପରିଦର୍ଶିକାମାନଙ୍କ ଦ୍ୱାରା ଓ ୧୭ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଏ.ଏନ.ଏମ.,ବହୁମୁଖୀସ୍ୱାସ୍ଥ୍ୟ ପରିଦର୍ଶକ(ପୁରୁଷ),ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଅଙ୍ଗନୱାଡି କେନ୍ଦ୍ରରେ ପହଁଚି ମହିଳାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ସହ ଅଗଷ୍ଟମାସ ୬ତାରିଖ ମଧ୍ୟରେ ଅନୁଷ୍ଠିତ ୭୬୦ଟି ଗ୍ରାମ୍ୟ ସ୍ୱାସ୍ଥ୍ୟ ପୃଷ୍ଟି ଦିବସରେ ଶୁନରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ୫୨ହଜାର ୯୪ଜଣ ଶିଶୁଙ୍କୁ ପରୀକ୍ଷା କରି ସେଥି ମଧ୍ୟରୁ ଅତିଶୟ ଓଜନ କମ ଥିବା ୧୭୭ଜଣ ଏବଂ ଅତିଶୟ ପୃଷ୍ଟିହୀନ ୪୧ଜଣ ଶିଶୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ରରେ ରହି ବିନା ମୂଲ୍ୟରେ ଚିକିସôିତ ହେବାକୁ ବ୍ୟବସ୍ଥା କରାଯାଇଛି । ଗତ ୨୩ତାରିଖରୁ ଅଗଷ୍ଟମାସ ୬ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଚୟନ କାର୍ଯ୍ୟକ୍ରମରେ ମୋଟ ୫୨ହଜାର ୯୪ଜଣ ଶିଶୁଙ୍କୁ ପରୀକ୍ଷା ନିରିକ୍ଷା କରାଯାଇଛି । ଜିଲ୍ଲାର ୧ଲକ୍ଷ ୧୨ହଜାର ୫୭୭ ଜଣ ଶିଶୁଙ୍କୁ ଏଭଳି ଭାବରେ ପରୀକ୍ଷା କରାଯାଇ କୁପୋଷଣର ଶୀକାର ହୋଇଥିବା ଶିଶୁଙ୍କୁ ଆବଶ୍ୟକ ଚିକିସôା ଯୋଗାଇ ଦିଆଯାଇ ସେମାନଙ୍କୁ କୁପୋଷଣରୁ ରକ୍ଷା କଲାଯିବା ନିମନ୍ତେ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଏଥି ସହିତ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାକୁ କୁପୋଷଣ ମୁକ୍ତ କରାଯିବା ପାଇଁ ଏହି ଅଭିଯାନ ଗତ ଜୁଲାଇମାସ ୧୬ତାରିଖରୁ ଜିଲ୍ଲାରେ ଆରମ୍ଭ କରାଯାଇଛି ବୋଲି ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ଦାସ କହିଥିଲେ । ଏହି ଅଭିଯାନକୁ ସଫଳ କରିବାକୁ ଜିଲ୍ଲାପାଳ ମହିଳା ଓ ଶିଶୁ ବିକାଶ ବିଭାଗରୁ ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଦାସ ଓ ସ୍ୱାସ୍ଥ୍ୟ ବିଭାଗରୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପ ପରିଚାଳକ କୃଷ୍ଣ ଚନ୍ଦ୍ର ଲୋହାଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିଯୁକ୍ତି ଦେଇଥିବା ଜଣାପଡିଛି । ବୈଠକରେ ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ(ଜନସ୍ୱାସ୍ଥ୍ୟ)ଡା.ମିର୍ଜା ବାବର ବେଗ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *