Wednesday , August 4 2021
Breaking News
Home / ବିଶେଷ / ଅନ୍ ଲାଇନ ଗାଡି ପଞ୍ଜିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନ୍ ଲାଇନ ଗାଡି ପଞ୍ଜିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡ଼ା,୧୮/୦୫/୨୦୨୧(ଓଡ଼ିଶା ସମାଚାର)-ଅନ୍ ଲାଇନ ଗାଡି ପଞ୍ଜିକରଣ ପୁନଃ ଆରମ୍ଭ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନୂତନ ଗାଡିର ଅନ୍ ଲାଇନ ପଞ୍ଜିକରଣ ବ୍ୟବସ୍ଥାକୁ  ବନ୍ଦ କରିଦିଆଯାଇଥିବାରୁ ଏହାଦ୍ୱାରା ସରକାରଙ୍କ ରାଜସ୍ୱ ଆଦାୟ ହ୍ରାସ ଘଟୁଥିବା ବେଳେ ଜି.ଏସ.ଟି. ଆଦାୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ଏତଦବ୍ୟତିତ ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଘୋର ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ଏକ ଛୋଟ ଅଟୋ ମୋବାଇଲ ସୋରୁମର ମାଲିକ ସମୀର କୁମାର ଚାନ୍ଦ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ସାକ୍ଷାତକରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ଶ୍ରୀ ଚାନ୍ଦଙ୍କ ଅଟୋ ମୋବାଇଲ ସୋରୁମରେ ତାଙ୍କ ସହିତ ୨୦ଜଣ କର୍ମଚାରୀ ଦୈନିକ କାର୍ଯ୍ୟ କରନ୍ତି । କୋଭିଡ ଦ୍ୱିତୀୟ ଲହରର ସଂକ୍ରମଣକୁ ନେଇ ସରକାରଙ୍କ ତାଲାବନ୍ଦ ଯୋଗୁଁ ତାଙ୍କ ସୋରୁମ ଟି ବନ୍ଦ ରହିଛି । ଫଳରେ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନେ ଗାଡିନେବାକୁ ଆସୁଥିଲେ ବି ସେମାନଙ୍କୁ ଗାଡି ଦିଆଯାଇପାରୁନାହିଁ । ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋରୁମ ର କର୍ମଚାରୀମାନଙ୍କ ସହ ଶ୍ରୀ ଚାନ୍ଦ ମଧ୍ୟ ପରିବାର ପ୍ରତିପୋଷଣରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି କହିଛନ୍ତି ଶ୍ରୀ ଚାନ୍ଦ । ଏତଦବ୍ୟତିତ ଚାଷ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଟ୍ରାକ୍ଟର କିଣିବାକୁ ଆସୁଥିବା ଚାଷୀ ଓ ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ ମଧ୍ୟ ତାହା ମିଳିପାରୁନାହିଁ । ଯାହାଦ୍ୱାରାକିୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେବା ସହ ବାହାରୁ ନିଜର ଜୀବିକା ହରାଇ ଆସୁଥିବା ପ୍ରବାସୀମାନେ ନୂତନ ଜୀବିକା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । କୋଭିଡ ସମୟରେ ମାତ୍ର ୨/୩ଜଣ କର୍ମଚାରୀଙ୍କୁ ନେଇ ଅନ୍ ଲାଇନ ଡେଲିଭରୀ କରାଯିବାକୁ ଅନୁମତି ପ୍ରଦାନ କରାଯିବା ସହ ଅନ୍ ଲାଇନ ପଞ୍ଜିକରଣ ପୁନଃ ଆରମ୍ଭ କରାଯିବାକୁ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଉ ବୋଲି ଶ୍ରୀ ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଥିସହିତ ସେହି ସ୍ମାରକପତ୍ରର ନକଲ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟ ରିଲିଫ କମିଶନର, ୫-ଟି ସଚିବ, ପରିବହନ ସଚିବ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *