Saturday , June 19 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ସାଥୀ ସୁରକ୍ଷା ଯୋଜନା

ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ସାଥୀ ସୁରକ୍ଷା ଯୋଜନା

ଭୁବନେଶ୍ୱର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କୋଭିଡ଼-୧୯ ସମସ୍ତଙ୍କ ଜୀବନରେ ବିରାଟ ପରିବର୍ତନ ଆଣିଛି । କର୍ମଚାରୀ ହୁଅନ୍ତୁ କି ସେମାନଙ୍କ ପରିବାରବର୍ଗ କିମ୍ବା ବ୍ୟକ୍ତିବିଶେଷସ୍ତରରେ ଏହା ବ୍ୟାପକ ପରିବର୍ତନ ଆଣିଛି । ଅନ୍ନପୂର୍ଣ୍ଣା ଫାଇନାନ୍ସ ଏହି ଘଡ଼ିସନ୍ଧି ମୁହୂର୍ତରେ ତାର କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଯଥାସମ୍ଭବ ସହଯୋଗ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି । ଏହି ସଙ୍କଟ ବେଳରେ ଫୋନ୍ କଲ୍ ଓ ଭର୍ଚୁଆଲ ବୈଠକ ମାଧ୍ୟମରେ ସମସ୍ତ କର୍ମଚାରୀମାନଙ୍କ ସମ୍ପର୍କରେ ରହିବା ସହିତ ସବୁପ୍ରକାର ଆର୍ଥିକ ଓ ଭାବନାତ୍ମକ ସମର୍ଥନ ଦିଆଯାଉଛି । କୋଭିଡ଼ ଆମ ସଂସ୍ଥାର ପ୍ରଭୃତ କ୍ଷତି ଘଟାଇଛି ଓ ଅନେକ ମୂଲ୍ୟବାନ ଜୀବନ ଆମେ ହରାଇଛୁ । ଯେଉଁମାନେ ଆମକୁ ଛାଡ଼ି ଚାଲିଯାଇଛନ୍ତି ସେମାନଙ୍କ ପରିବାରର ସମସ୍ତ ଦାୟିତ୍ୱ ବହନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଅନ୍ନପୂର୍ଣ୍ଣା ଫାଇନାନ୍ସର ପରିଚାଳନା ନିର୍ଦ୍ଧେଶକ ଗୋବିନ୍ଦ ପଟ୍ଟନାୟକ କହିଛନ୍ତି । ଏହି ସାଥୀ ସୁରକ୍ଷା ଯୋଜନା ମାଧ୍ୟମରେ ମୃତ କର୍ମଚାରୀଙ୍କ ପରିବାରକୁ ଆଗାମୀ ବର୍ଷକ ପାଇଁ ପୂର୍ଣ୍ଣମାସିକ ଦରମା, ସନ୍ତାନସନ୍ତତିଙ୍କ ପାଇଁ ପାଠପଢା ଖର୍ଚ୍ଚ ବହନ, ୩ ଲକ୍ଷ ଟଙ୍କାର ମେଡ଼ିକ୍ଲେମ ପଲିସ୍, ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା, ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପରିବାରର ଜଣକୁ ଚାକିରୀ, ୩ବର୍ଷ ପାଇଁ ପରିବାର ଲୋକଙ୍କୁ ଡ଼ାକ୍ତର ପରାମର୍ଶ ସୁବିଧା ଓ ମୃତକଙ୍କ ପିତାମାତାଙ୍କୁ ୫ ବର୍ଷ ପାଇଁ ୭ ହଜାର ଟଙ୍କା ଲେଖାଏଁ ପେନସନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *