Tuesday , June 15 2021
Breaking News
Home / ବିଶେଷ / ଅନ୍ଧବର ମହୋତ୍ସବ ଆରମ୍ଭ 

ଅନ୍ଧବର ମହୋତ୍ସବ ଆରମ୍ଭ 

ଗରଦପୁର,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ମହାପୁରୁଷଙ୍କ ପୁଶ୍ୟ ପୀଠରେ ୫୧ ତମ ବିଶ୍ୱଶାନ୍ତି ମହାଯଜ୍ଞ ର ଶୁଭାଧିବାସ ସହିତ ମେଳା ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶତାଧିକ ମହିଳା କଳସୀ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଂଚିଥିଲେ । ବ୍ରାହ୍ମଣ ପଣ୍ଡିତମାନେ ହଜ୍ଞ ମଣ୍ଡପରେ କଳସୀ ସ୍ଥାପନ କରି ଶୁଭାଧିବାସ କରିଥିଲେ । ୨୭ ତାରିଖ ପର୍ଯ୍ୟନ୍ତ ହୋମ ଯଜ୍ଞ ହେବା ସହିତ ଯଜ୍ଞର ପୂର୍ଣ୍ଣାହୂତି ହେବ । ସମସ୍ତ କରୋନା କଟକଣା ଭିତରେ ଏହି କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇ ପାଳନ କରାଯାଉଥିବା କମିଟିର ସଭାପତି ଅଜୟ ରାଉତ, ସମ୍ପାଦକ ଗୌରାଙ୍ଗ ପରିଡ଼ା , ସହ ସମ୍ପାଦକ ଗୋଲକ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *