Friday , July 30 2021
Breaking News
Home / ବିଶେଷ / ଅନୁଚ୍ଛେଦ ୩୭୦ ହଟାଇବା ମାମଲାରେ ବିଜେଡି ରାଜ୍ୟସଭାରେ ଦେଲା ସମର୍ଥନ

ଅନୁଚ୍ଛେଦ ୩୭୦ ହଟାଇବା ମାମଲାରେ ବିଜେଡି ରାଜ୍ୟସଭାରେ ଦେଲା ସମର୍ଥନ

ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ଧାରା ୩୭୦ର ଉଚ୍ଛେଦ ପ୍ରସ୍ତାବ ସମ୍ପର୍କିତ ରାଜ୍ୟସଭାରେ ଆଲୋଚନା ବେଳେ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିଥିଲା । ଦଳର ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣା ଯାଇଥିବା ସଂକଳ୍ପ ପ୍ରସ୍ତାବକୁ ସମର୍ଥନ କରିଥିଲେ । ବିଜେଡି ସାଂସଦ ପ୍ରସନ୍ନ ଆର୍ଯ୍ୟ ମଧ୍ୟ ଧାରା ୩୭୦ ଉଚ୍ଛେଦ ସପକ୍ଷରେ ତାଙ୍କ ଦଳର ମତ ଥିବା କହିଥିଲେ । ସେ କହିଥିଲେ ଆମେ ଜମ୍ମୁ-କଶ୍ମୀରରେ ଜମିଟିଏ କିଣିପାରୁନେ ଅଥଚ୍ କହୁଛେ ଜମ୍ମୁ କଶ୍ମୀର ହିନ୍ଦୁସ୍ଥାନର ଅଭିନ୍ନ ଅଙ୍ଗୟ । ସେ ଏଥିପାଇଁ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ହୁଁଛନ୍ତି ବୋଲି କହିଥିଲେ । ସେ କହିଛନ୍ତି ଯେ ଆଜିଠାରୁ ହିଁ ପ୍ରକୃତରେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇପାରିଛି । ସେ କହିଛନ୍ତି ଯେ ତାଙ୍କ ଦଳ ଆଂଚଳିକ ଦଳ ହୋଇଥିଲେ ବି ଦେଶ ଆମ ପାଇଁ ପ୍ରଥମ । ଆମେ ସେଦିନ ବେଶୀ ଖୁସି ହେବୁ ଯେଉଁଦିନ ପାକ୍ ଅଧିକୃତ କଶ୍ମୀର (ପିଓକେ) କଶ୍ମୀରର ଏକ ଅଂଶ ହୋଇଯିବ ଏବଂ ସାରା ଦେଶ ଏହି ସରକାରକୁ ଶୁଭେଚ୍ଛା ଜଣାଇବ । ଆଜି ଭାରତର ୧୩୦ କୋଟି ଲୋକେ ଅପେକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ କହିଥିଲେ, ଆମେ କଶ୍ମୀର ପାଇଁ ବହୁତ ଲୁହ ଗଡ଼ାଉଛେ । ଆମେ କଶ୍ମୀରବାସୀଙ୍କ ସ୍ୱ୍ୱାଧୀନତା ନେଇ ଆମେ ସଚେତନ ହେବା ଉଚିତ । ଆମେ ହୁଁଛେ କଶ୍ମୀରବାସୀ ର୍ନିଯାତନାରୁ ମୁକ୍ତିପାଆନ୍ତୁ । କିନ୍ତୁ ଏହାରି ଭିତରେ ଆମେ କଶ୍ମୀର ପଣ୍ଡିତଙ୍କ କଥା ଭୁଲି ଯାଇଛୁ । ୭୦ ବର୍ଷ ଧରି ଯେଉଁମାନେ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ କେବେ ସେହି କଶ୍ମୀର ପଣ୍ଡିତଙ୍କ କଥା ଭାବିଛନ୍ତି କି ବୋଲି ପ୍ରସନ୍ନ ପ୍ରଶ୍ନ କରିଥିଲେ । ସେ ଆହୁରି କହିଥିଲେ ଯେ ଯଦି ଆଜି ଏହି ଗୃହରେ ଆଲୋଚନାର ମାହୋଲ ଥାଆନ୍ତା, ତେବେ ଅନେକ କଥା ସାମ୍ନାକୁ ଆସିଥାନ୍ତା । ତେଣୁ ସେ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି , ମୋ ଦଳ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରୁଛି । ଆମ ପାଇଁ ଦେଶ ହେଉଛି ଆଗେ । ଦେଶର ଏକତା,ସଂହତି ଏବଂ ସୁରକ୍ଷା ହେଉଛି ଆଗ । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *