Thursday , August 5 2021
Breaking News
Home / ବିଶେଷ / ଅନନ୍ତ ତୁଳସୀ ପରିଷଦରେ ବିଶ୍ୱ ପରିବେଶ ଦିବସ ପାଳିତ 

ଅନନ୍ତ ତୁଳସୀ ପରିଷଦରେ ବିଶ୍ୱ ପରିବେଶ ଦିବସ ପାଳିତ 

ଗରଦପୁର, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ସ୍ଥିତ ପଶ୍ଚିମେଶ୍ୱର ମହାଦେବ ମନ୍ଦିର ପରିସରରେ ବିଶ୍ୱ ପରିବେଶ ସୁରକ୍ଷା ଦିବସ ଆଜି ପାଳିତ ହୋଇ ଯାଇଛି । ଗରଦପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନନ୍ତ ତୁଳସୀ ପରିବେଶ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ସଭାପତିତ୍ୱ କରିଥିଲେ । ଆୟୋଜିତ ଉତ୍ସବରେ ବୃକ୍ଷ ରୋପଣ , ପରିବେଶ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ବିଷୟରେ ସଦସ୍ୟମାନେ ଆଲୋକପାତ କରିଥିଲେ । ମାନବ ସମାଜ ତିଷ୍ଟି ରହିବା ପାଇଁ ବୃକ୍ଷ ହିଁ ଇଶ୍ୱର ଙ୍କ ଅତୁଳନୀୟ ଅବଦାନ ବୋଲି ମତ ପ୍ରକାଶ କରି ପ୍ରତ୍ୟେକ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି କରିବାକୁ ଶ୍ରୀ ସେନାପତି ମତବ୍ୟକ୍ତ କରିଥିଲେ । ଉତ୍ସବ ଅବସରରେ ବୃକ୍ଷ ପୂଜନ, କରୋନା ମହାମାରୀ ରୁ ସୁରକ୍ଷା ପାଇଁ ମାସ୍କ ବଂଟନ କରାଯିବା ସହିତ ମନ୍ଦିର ପରିସରରେ ଆମ୍ବ, ଲିମ୍ବ , ଡ଼ାଳିମ୍ବ ଆଦି ଚାରା ରୋପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସଂଯୋଜକ ନବଘନ ନାୟକ, କୋଷାଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ, ଚାରୁଚନ୍ଦ୍ର ସେନାପତି, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା , ଶିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଉଦୟନାଥ ଚୌଧୁରୀ, ସୁନାମଣି କର, ଗଙ୍ଗାରାମ ଦାସ, ମଦନ ମୋହନ ସେନାପତିଶିଶିର କୁମାର ପରିଡ଼ା, ନୀଳମଣି ଭୋଇ, ଶିଶିର କୁମାର ମହାନ୍ତି , ସ୍ୱାଧୀନ ସେନାପତି , ଚିତରଂଜନ ପାଣି, ପ୍ରଭାତ କୁମାର ସତପଥି, ଉପେନ୍ଦ୍ର ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *