Wednesday , June 16 2021
Breaking News
Home / ବିଶେଷ / ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ 

ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ 

ବାଲିଗୁଡା, ୧୭/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି । 

ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ । ପରମ୍ପରା ଅନୁଯାୟୀ କାନ୍ଦୁଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳାସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ । ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି । ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ କୁକୁଡ଼ା ବୋଦା ମଧ୍ୟ ବଳୀ ଦିଅନ୍ତି । ଏହା ଏକ କୃଷଭିତ୍ତିକ ପର୍ବ ଅଟେ । ପୂର୍ବରୁ ମାଆ ପାଟଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି । ଓଡିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *